ପ୍ରଥମ ସିନେମାରେ ସଫଳତା ହାସଲ କରିଛନ୍ତି ଏହି ଲୋକପ୍ରିୟ କମେଡିୟାନଙ୍କ ଝିଅ

Published By : Prameya-News7 Bureau | November 14, 2019 IST

ମୁମ୍ବାଇ୧୪|୧୧: ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯିଏ ବହୁତ ପରିଶ୍ରମ କରିବା ପରେ ମଧ୍ୟ ବିଷେଶ କିଛି ହାସଲ କରିପାରନ୍ତି ନାହିଁ। ହେଲେ ଏମିତି କିଛି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯିଏ ବଲିଉଡରେ ପାଦ ଦେଉ ଦେଉ ଖୁବ ଚର୍ଚ୍ଚାରେ ରୁହନ୍ତି ଓ ସଫଳତା ମଧ୍ୟ ହାସଲ କରନ୍ତି।

{"id":183759,"sizeSlug":"large"}

ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନନ୍ୟା ପାଣ୍ଡେ। ପ୍ରସିଦ୍ଧ ହାସ୍ୟ କଳାକାର ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଫିଲ୍ମ ଜଗତରେ ପାଦ ଦେଉ ଦେଉ ଦର୍ଶକଙ୍କ ଦିଲରେ ରାଜ କରିଲେଣି।

{"id":183753,"sizeSlug":"large"}

ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ୟିଅର ୨ରେ ଅଭିନୟ କରି ଅନନ୍ୟା ନିଜ କ୍ୟାରିଅର ଆରମ୍ଭ କରିଛନ୍ତି। ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ମଧ୍ୟ ଜଣେ ପ୍ରସିଦ୍ଧ ଷ୍ଟାର କିଡ ଭାବେ ଅନନ୍ୟା ଚର୍ଚ୍ଚିତ ଥିଲେ।

{"id":183758,"sizeSlug":"large"}

ସେ ପ୍ରଥମରୁ ଅନେକ ଲୋକପ୍ରିୟତା ହାସଲ କରିଥିଲେ। ମାତ୍ର ୧୯ ବର୍ଷ ବୟସରେ ବଲିଉଡର ଷ୍ଟାର ହୋଇଛନ୍ତି ଅନନ୍ୟା। ଏବେ ତାଙ୍କ ପାଖରେ ଫିଲ୍ମ ଅଫରର କୌଣସି ଅଭାବ ନାହିଁ।

{"id":183754,"sizeSlug":"large"}

ଧୀରେ ଧୀରେ ଅନନ୍ୟାଙ୍କ ଷ୍ଟାରଡମ୍‌ ବଢିବାରେ ଲାଗିଛି। କେବେ ହୋଟେଲ ବାହାରେ ତ କେବେ ଏୟାରପୋର୍ଟରେ ଅନନ୍ୟା ନିଜ କ୍ୟୁଟ ଲୁକ୍‌ରେ  ଦେଖାଯାଆନ୍ତି ।  ନିକଟରେ ଅନନ୍ୟାଙ୍କୁ ବେଶ ଷ୍ଟାଇଲିସ ଲୁକ୍‌ରେ  ଦେଖିବାକୁ ମିଳିଥିଲା ।  ଖୁବ କମ ବୟସରେ ଅନନ୍ୟାଙ୍କର ସଫଳ ହେବା ଆରମ୍ଭ ହୋଇସାରିଛି।

{"id":183761,"sizeSlug":"large"}

ତେବେ ଆଗକୁ ଅନନ୍ୟା ଆହୁରି ସଫଳ ହୁଅନ୍ତୁ ତାହା ଦର୍ଶକଙ୍କ ଆଶା ରହିଛି। ଅନନ୍ୟାଙ୍କ ଅପକମିଂ ଫିଲ୍ମ ପରି ପତ୍ନୀ ଅର ୱ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଫିଲ୍ମରେ ଅନନ୍ୟାଙ୍କ ସହ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଭୂମି ପେଦନାକର ମୁଖ୍ୟ ଭୂମିକାରେ ଅଭିନୟ କରିବେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.