ଦୃଢ ଇଛା ଶକ୍ତି ଆଗରେ ହାର ମାନିଲା ଅଭାବ: ୟୁନିଭର୍ସିଟି ଟପ୍ କଲେ ଶ୍ରମିକଙ୍କ ଝିଅ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 24, 2020 IST

ଥିରୁଅନନ୍ତପୁରମ ୨୪/୦୮ : କଥାରେ ଅଛି ସେହିମାନଙ୍କ ସ୍ବପ୍ନ ପୁରା ହୁଏ ଯେଉଁମାନେ ନିଜ ସ୍ବପ୍ନକୁ ନେଇ ପୁରା କରିବାକୁ ସବୁ ପ୍ରକାର ଚେଷ୍ଟା କରନ୍ତି | ପର ଥିଲେ କିଛି ହାସଲ ହୁଏନାହିଁ, ଉଡିବା ପାଇଁ ସାହସ ଥିବା ଦରକାର | ଅର୍ଥାତ ଉଦ୍ଦେଶ୍ୟ ମଜବୁତ ଥିଲେ ଲକ୍ଷ୍ୟ ହାସଲ ହୁଏ | ଠିକ ଏହିଭଳି ଅନୁଭୂତି ପାୟଲ କୁମାରୀଙ୍କର ମଧ୍ୟ ରହିଛି | ବିହାରରୁ ଆସି କେରଳର ମହାତ୍ମା ଗାନ୍ଧୀ ୟୁନିଭର୍ସିଟିରେ ଟପ କରିଛନ୍ତି ପାୟଲ କୁମାରୀ | ପାୟଲଙ୍କ ପିତା ଜଣେ ଶ୍ରମିକ | ଦିନ ଥିଲା ଯେତେବେଳେ କଲେଜ ଫିସ ଦେବାକୁ ତାଙ୍କ ପାଖରେ ଟଙ୍କା ନଥିଲା | ନିଜ ଇଛା ଶକ୍ତି ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସେ ପରିଶ୍ରମ କରିଛନ୍ତି ୟୁନିଭର୍ସିଟିରେ ଟପ କରିଛନ୍ତି | ବର୍ତ୍ତମାନ ତାଙ୍କ ଲକ୍ଷ୍ୟ ସିଭିଲ ସର୍ଭିସ ପରୀକ୍ଷା ଦେବା |  

{"id":319265,"sizeSlug":"large"}

ଏନ୍ଡ଼ିଟିଭି ରିପୋର୍ଟ ଅନୁଯାୟୀ, ପାୟଲ କୁମାରୀ ସ୍ନାତକ ପ୍ରତ୍ନତତ୍ତ୍ୱ ବିଭାଗରେ ୟୁନିଭର୍ସିଟିରେ ଟପ କରିଛନ୍ତି | ପାୟଲଙ୍କ ପିତା ଦୁଇ ଦଶକ ପୂର୍ବରୁ ବିହାରରୁ କେରଳ ଆସି ସେଠାରେ ବାସିନ୍ଦା ହୋଇଯାଇଥିଲେ | ପାୟଲଙ୍କ ପିତା ପେସାରେ ଜଣେ ଶ୍ରମିକ | ଶ୍ରମିକ ପରିବାର ପାଇଁ କଲେଜର ବାର୍ଷିକ ଫିସ ୩ ହଜାର ଟଙ୍କା ଦେବା ମଧ୍ୟ କଷ୍ଟକର ହୋଇପଡେ | କିନ୍ତୁ କଲେଜର ଲେକ୍ଚର, ପ୍ରଫେସର ଓ ଅନ୍ୟମାନଙ୍କ ସାହାଯ୍ୟରେ କଲେଜ ଫିସ ବାଧା ଦୂର ହୋଇଥିଲା | କୋଚି ନିକଟ ପେରୁମ୍ବାଭୋର ମାରାଥୋମା ମହିଳା ମହାବିଦ୍ୟାଳୟର ଛାତ୍ର ପାୟଲ ଚଳିତ ବର୍ଷ ୮୫ ପ୍ରତିଶତ ମାର୍କ ହାସଲ କରିଛନ୍ତି |

{"id":319266,"sizeSlug":"large"}

ପାୟଲ କୁମାରୀଙ୍କ ପିତା ପ୍ରମୋଦ କୁମାର ବିହାର ସିଖପୁରା ଜିଲ୍ଲାରୁ ଆସିଛନ୍ତି | ପ୍ରମୋଦ କୁମାର ୧୯ ବର୍ଷ ପୂର୍ବରୁ ପରିବାର ସହ କେରଳ ଆସି ସେଠାକାର ବାସିନ୍ଦା ହୋଇଯାଇଛନ୍ତି | ପାୟଲଙ୍କ ସମେତ ପ୍ରମୋଦଙ୍କ ୩ ପୁଅଝିଅ | ପାୟଲ ନିଜ ଇତିହାସ ଶିକ୍ଷକଙ୍କ ପ୍ରଶଂସା କରି କହିଛନ୍ତି ଯେ ତାଙ୍କର ପ୍ରଥମ ବର୍ଷ ଫିସ ତାଙ୍କ ଇତିହାସ ଶିକ୍ଷକ ଜମା କରିଥିଲେ | ପାୟଲ କହିଛନ୍ତି ଯେ ସେ ପରୀକ୍ଷାରେ ଭଲ କରିଥିଲେ କିନ୍ତୁ ଭଲ ରେଙ୍କ ଆସିବ ବୋଲି ସେ ଆଶା କରିନଥିଲେ | ପାଠ ପଢାରେ ତାଙ୍କ ମାତା-ପିତା ତାଙ୍କୁ ସବୁବେଳେ ପ୍ରୋତ୍ସାହିତ କରିଛନ୍ତି ବୋଲି ସେ କହିଛନ୍ତି |

{"id":319267,"sizeSlug":"large"}

ପାୟଲ କୁମାରୀ ଦିଲ୍ଲୀ ଜବାହାରଲାଲ ନେହରୁ ୟୁନିଭର୍ସିଟିରେ ପୋଷ୍ଟ-ଗ୍ରାଜୁଏସନ କରିବାକୁ ଚାହୁଁଛନ୍ତି | ଏହାଛଡା ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି | ପାୟଲ କହିଛନ୍ତି ଯେତେବେଳେ ସେମାନେ ବିହାରରୁ କେରଳ ଆସିଥିଲେ ସେତେବେଳେ ତାଙ୍କୁ ୪ ବର୍ଷ ବୟସ ହୋଇଥିଲା | ସେ ଝୁବ ଶୀଘ୍ର ମାଲାୟାଲାମ ଭାଷା ଶିଖି ଯାଇଥିଲେ | ତାଙ୍କ ସଫଳତା ପାଇଁ ତାଙ୍କ ମାତା-ପିତା ବହୁତ ଖୁସି ବୋଲି ସେ କହିଛନ୍ତି | କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ମଧ୍ୟ ତାଙ୍କ ସଫଳତା ପାଇଁ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ କହିଥିଲେ, "ପାୟଲଙ୍କ ଉପଲବ୍ଧି ଗର୍ବ ଓ ଖୁସିର ବିଷୟ, ମୁଁ ତାଙ୍କ ସୁଖଦ ଭବିଷ୍ୟତ କାମନା କରୁଛି |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.