Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିବ୍ୟାଙ୍ଗ ଯୁବକଙ୍କୁ ବାହା ହେବାକୁ ଗୁଜରାଟରୁ ଲୁଚି ପାଟନା ଆସିଲେ ହୀରା ବ୍ୟବସାୟୀଙ୍କ ଝିଅ, କିନ୍ତୁ ବିବାହ ପୂର୍ବରୁ…

31/08/2020 at 1:32 PM

ପାଟନା ୩୧/୦୮ : ଗୁଜରାଟ ଅଙ୍କିଲେଶ୍ୱରରେ ରହୁଥିବା ହୀରା ବ୍ୟବସାୟୀଙ୍କ ଝିଅ ପାଟନା କଦମକୁଆଁ ସ୍ଥିତ ଲୋହନୀପୁରର ଦିବ୍ୟାଙ୍ଗ ଚାର୍ଟାଡ଼ ଆକାଉଣ୍ଟେଣ୍ଟ ଆକାଶଙ୍କ ସହିତ ଫେସବୁକରେ ବନ୍ଧୁତା ହୋଇଥିଲା | ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହେଲା | ଏହାପରେ ଉଭୟ ଫୋନରେ କଥାବାର୍ତ୍ତା ହୋଇଥିଲେ | ଏହାପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ | ଏହାପରେ ହୀରା ବ୍ୟବସାୟୀଙ୍କ ଝିଅ ନିଜର ନୂଆ ଜୀବନ ଆରମ୍ଭ କରିବାକୁ ଅଗଷ୍ଟ ୨୭ ତାରିଖରେ ଘରୁ ଫେରାର ହୋଇଗଲେ | ବିମାନ ଯୋଗେ ସେ ଯାଇ ଆକାଶ ଘରେ ପହଁଚିଲେ | ୩ ଦିନ ତାଙ୍କ ସହ ରହିଲେ | ରବିବାର ଦିନ ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ରାମ ଗୁଲାବ ଚକ ନିକଟରେ ଧର୍ମଶାଳା ମନ୍ଦିରରେ ବାହା ହେବା ପାଇଁ ପହଁଚିଲେ | ଇତିବେଳେ ଗୁଜରାଟ ପୋଲିସ କଦମକୁଆଁ ଥାନା ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା | ଉଭୟ ପୋଲିସ ସେଠାରେ କାବୁ କରିଥିଲା | ଗୁଜରାଟ ପୋଲିସ ସହ ଯୁବତୀଙ୍କ ପରିଜନ ମଧ୍ୟ ଆସିଥିଲେ | ଉଭୟଙ୍କୁ ଥାନାକୁ ନିଆଯାଇଥିଲା | ସମସ୍ତ କାଗଜପତ୍ର ପ୍ରକ୍ରିୟା କରିବା ପରେ ପୋଲିସ ଉଭୟଙ୍କୁ ବିମାନରେ ଗୁଜରାଟ ନେଇ ଯାଇଥିଲା |

କଦମକୁଆଁ ଥାନା ଅଧିକାରୀ କହିଛନ୍ତି ଯେ, ଅଙ୍କିଲେଶ୍ୱର ସ୍ଥାନୀୟ ଥାନାରେ ଆକାଶ ବିରୋଧରେ ଯୁବତୀଙ୍କୁ ଫେରାର କରିଥିବା ଅଭିଯୋଗ ହୋଇଛି | ଆକାଶଙ୍କ ପିତା କହିଛନ୍ତି ମୋବାଇଲ ଲୋକେସନ ଟ୍ରେସ କରି ଗୁଜରାଟ ପୋଲିସ ପାଟନାରେ ପହଞ୍ଚିଥିଲା | ଥାନା ଅଧିକାରୀ କହିଛନ୍ତି ଯେ ବ୍ୟବସାୟୀଙ୍କ ଝିଅ ଘରୁ ଫେରାର ହେବାପରେ ତାଙ୍କ ପରିଜନ ଥାନାରେ ଅଭିଯୋଗ କରିଥିଲେ | ତାଙ୍କ ମୋବାଇଲ ଦିନେ-ଦୁଇ ଦିନ ବନ୍ଦ ଥିଲା | ପୋଲିସ ଯୁବତୀଙ୍କ ମୋବାଇଲ ଓ ଫେସବୁକରୁ ତଦନ୍ତ କରିଥିଲା | ସେଥିରୁ ସେ ଆକାଶ ସମ୍ପର୍କରେ ଜାଣିବାକୁ ପାଇଥିଲା | ଏହାପରେ ପୋଲିସ ଯୁବତୀଙ୍କ ଲୋକେସନ ଟ୍ରେସ କରି ସେଠାରେ ପହଞ୍ଚିଥିଲା | ଏହାପରେ ଗୁଜରାଟ ପୋଲିସ ଯୁବତୀଙ୍କ ପରିଜନ ସହ ଲୋହନୀପୁରରେ ପହଂଚିଥିଲେ | ସେଠାରେ ପହଂଚିବା ପରେ ଜଣାପଡିଥିଲା ଯେ ଉଭୟ ବିବାହ କରୁଛନ୍ତି | ଏହାପରେ ପୋଲିସ ଘଟଣାସ୍ଥଳକୁ ଯାଇ ବାହାଘର ବନ୍ଦ କରିଥିଲା ଓ ଉଭୟଙ୍କୁ ଧରି ଥାନାକୁ ଆସିଥିଲା |

   Related Posts