Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ମିଳୁନାହିଁ ମାସ୍କ: କେନ୍ଦ୍ରମନ୍ତ୍ରୀଙ୍କ ଝିଅ ଲୋକଙ୍କ ପାଇଁ ନିଜେ ତିଆରି କରୁଛନ୍ତି ମାସ୍କ

10/04/2020 at 5:16 PM

ନୂଆଦିଲ୍ଲୀ ୧୦/୦୪ : କରୋନା ଯୋଗୁଁ ସାରା ଦେଶକୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି | ଏହି ସମୟରେ ଘରୁ ନ ବାହାରିବାକୁ ସରକାର ବାରମ୍ବାର ଲୋକଙ୍କୁ ନିବେଦନ କରୁଛନ୍ତି | ନେତା, ଅଭିନେତା, ସାଧାରଣ ଜନତା ନିଜ ନିଜ ସ୍ଥରରେ ଲୋକଙ୍କୁ ସଚେତନ କରୁଛନ୍ତି | ଏହି ମହାମାରୀକୁ ପରାସ୍ତ କରିବା ପାଇଁ ସମସ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି |

ଏହି ଧାଡିରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୟାଲଙ୍କ ଝିଅ ଆଋଷି ନିଶଙ୍କ | ଆଋଷି ଘରେ ବସି ଲୋକଙ୍କ ପାଇଁ ଖାଦି କପଡାରେ ମାସ୍କ ତିଆରି କରୁଛନ୍ତି | ମାସ୍କ ତିଆରି କରି ସେ ଲୋକଙ୍କୁ ଦେଉଛନ୍ତି | ମାସ୍କ ତିଆରି କରୁଥିବାର କିଛି ଫଟୋ ଆଋଷି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | କେନ୍ଦ୍ରୀୟ ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମଧ୍ୟ ଝିଅର ଫଟୋ ସେୟାର କରି ଟ୍ୱିଟ କରିଛନ୍ତି | ସେ ଲେଖିଛନ୍ତି ଯେ, ମୋତେ ବହୁତ ଖୁସି ଲାଗୁଚି ଯେ ମୋ ଝିଅ ନିଜେ ଖାଦିରେ ମାସ୍କ ତିଆରି କରି ନିଜ କର୍ମଚାରୀଙ୍କୁ ବିତରଣ କରୁଛି ଏବଂ କରୋନା ଭାଇରସରୁ ସୁରକ୍ଷା ପାଇଁ ଲୋକଙ୍କୁ ସଜାଗ କରୁଛି |

ଆଋଷିଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି | ଆଋଷି ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ | ଆଋଷି ଜଣେ ଟ୍ରେଣ୍ଡ କ୍ଲାସିକାଲ ଡ୍ୟାନ୍ସର |

   Related Posts