ବସ କଣ୍ଡକ୍ଟରଙ୍କ ଝିଅ ହେଲେ ସେନାବାହିନୀର ମେଜର, ସାରା ଦୁନିଆକୁ ଦେଖାଇଲେ ଭାରତୀୟ ନାରୀଙ୍କ ଦମ୍...

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ୧୨|୯: ସ୍ବାଧୀନତା ଦିବସ ଅବସରରେ ଆସାମ ରାଇଫଲ ମହିଳା ଶାଖାର ନେତୃତ୍ବରେ ନାରୀ ଶକ୍ତିର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ରାଜପଥରେ ଚାଲିଥିବା ପ୍ୟାରେଡ୍‌ରେ କଦମତାଲ କରି ମହିଳାମାନେ ନିଜର ଶକ୍ତି ଦେଖାଇଥିଲେ। ଏହି ପ୍ୟାରେଡ୍‌ରେ ମେଜର ଖୁଶବୁ କନଓ୍ବାର ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ୩୦ ବର୍ଷ ବୟସ୍କା ମେଜର ଖୁଶବୁ କନଓ୍ବାର ଗୋଟେ ସନ୍ତାନର ମାଆ ତଥାପି ନିଜ କାର୍ଯ୍ୟରେ ସେ କେବେ ଅବହେଳା କରନ୍ତି ନାହିଁ। ୧୮୩ ବର୍ଷର ପୁରୁଣା ଅର୍ଦ୍ଧ ସୈନିକ ବାହିନୀ ଆସାମ ରାଇଫଲର ୧୪୭ ମହିଳା ଶାଖା ରାଜପଥରେ ଶକ୍ତି ପ୍ରଦର୍ଶନ କରିଥିଲେ। ୧୮୩୫ ମସିହାରେ ଆସାମ ରାଇଫଲ ସ୍ଥାପନ କରାଯାଇଥିଲା। ସ୍ବାଧୀନ ଭାରତରେ ପ୍ରଥମଥର ଆସାମ ରାଇଫଲର ମହିଳା ଶାଖା ଗଣତନ୍ତ୍ର ଦିବସ ଅବସ ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରିଥିଲେ।

ମେଜର ଖୁଶବୁ କହିଛନ୍ତ ଯେ,  ଆସାମ ରାଇଫଲର ମହିଳା ଶାଖାର ନେତୃତ୍ବ ନେଉଥିବାରୁ ତାଙ୍କୁ ସମ୍ମାନ ମିଳୁଛି। ଆସାମ ରାଇଫଲର ମହିଳା ଶାଖା ପ୍ୟାରେଡ୍ ପାଇଁ ଗଠିନ ପରିଶ୍ରମ କରିଥିଲେ ବୋଲି ଖୁଶବୁ କହିଛନ୍ତି। ଏହିଭଳି କଠିନ ପରିଶ୍ରମକରି ତାଙ୍କର ସ୍ବପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତି। ସ୍ବପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ଅନ୍ୟ ମହିଳାମାନେ ମଧ୍ୟ ପରିଶ୍ରମ କରିବା ଆବଶ୍ୟକ।

 ଖୁଶବୁ ଆହୁର କହିଛନ୍ତି ଯେ, ତାଙ୍କ ବାପା ଜଣେ ବସ କଣ୍ଡକ୍ଟର । ହେଲେ ତାଙ୍କ ପରିଶ୍ରମ ପାଇଁ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ଖୁଶବୁଙ୍କ ସଫଳତା ପାଇଁ ତାଙ୍କ ବାପା ଗର୍ବ କରନ୍ତି ବୋଲି ସେ କହିଛନ୍ତି। ଖୁଶବୁଙ୍କ କହିବା ଅନୁସାରେ, ୨୦୧୮ ମସିହାରେ ତାଙ୍କୁ ମେଜର କରାଯାଇଥିଲା। ସ୍ବାଧୀନତା ଦିବସରେ କରାଯାଇଥିବା ପ୍ୟାରେଡ୍‌ ପାଇଁ ପାଖି ପାଖି ୬ ମାସ କଠିନ ଅଭ୍ୟାସ ଜାରି ରଖିଥିଲେ ବୋଲି ସେ କହିଛନ୍ତି। ପ୍ରତ୍ୟେକ ଦିନ ପଡ଼ିଆରେ ୮ରୁ ୧୦ ଘଣ୍ଟା ମହିଳା ସାଙ୍ଗମାନଙ୍କ ସହ ଖୁଶବୁ ପରିଶ୍ରମ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.