Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିଜେପି ନେତାଙ୍କ ଝିଅକୁ ପ୍ରଥମେ ଗଣଦୁଷ୍କର୍ମ, ପରେ ଆଖି ତାଡ଼ି ଗଛରେ ଓହଳାଇ ଦେଲେ ଦୃବୁର୍ତ୍ତ

10/06/2021 at 5:38 PM

ରାଞ୍ଚି, ୧୦।୬: ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ଏକ ହୃଦୟ ଦୋହଲାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି l କିଛି ଦୃବୁର୍ତ୍ତ ନୃଶଂସର ସମସ୍ତ ସୀମା ଟପି ଯାଇଛନ୍ତି l ଜଣେ ଷୋହଳ ବର୍ଷର ଝିଅ ସହ ସେମାନେ ପ୍ରଥମେ ଗଣଦୁଷ୍କର୍ମ କରବା ସହ ତାକୁ ନିର୍ମମ ଭାବେ ହତ୍ୟା କରିଛନ୍ତି l ପରେ ମୃତଦେହକୁ ଏକ ଗଛରେ ଲାଟକାଇଦେବା ଭଳି ଏକ ଜଘନ୍ୟ କାଣ୍ଡ କରିଛନ୍ତି l

ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୀଡ଼ିତା ପାଲାମୁ ଜିଲ୍ଲାର ବିଜେପି ନେତାଙ୍କ ଝିଅ ହୋଇଥିବା ଜଣାପଡିଛି l ଦୁର୍ବୁତ୍ତ ପ୍ରଥମେ ଗଣଦୁଷ୍କର୍ମ କରିବା ପରେ ଝିଅଟିର ଆଖି ତାଡ଼ି ଦେଇଥିଲେ l ଝିଅଟି ଆତ୍ମହତ୍ୟା କରିଥିବା ଦର୍ଶାଇବା ପାଇଁ ଏକ ଗଛରେ ତାର ମୃତ ଦେହକୁ ଲଟକାଇ ଦେଇଥିଲେ lଏହି ମାମଲାରେ ପୋଲିସ ପ୍ରଦୀପ କୁମାର ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି l

ଘଟଣାଟି ଜୁନ ୭ ତାରିଖରେ ଘଟିଥିବା କୁହାଯାଉଛି l ଘଟଣା ଦିନ ପୀଡ଼ିତା ସକାଳ ୧o ଟା ରେ ଘରୁ ବାହାରକୁ ଯାଇଥିଲେ l ହେଲେ ସେ ଆଉ ଘରକୁ ଫେରି ନଥିଲେ l ପରେ ଘର ଲୋକ ତାଙ୍କୁ ସୋମବାର ଖୋଜିବା ଆରମ୍ଭ କରିଦେଇଥିଲେ l ଏହା ପରେ ଥାନାରେ ଏକ ନିଖୋଜ ମାମଲା ମଧ୍ୟ ଦାଏର କରିଥିଲେ lପୋଲିସ ପୀଡ଼ିତାଙ୍କୁ ଖୋଜିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଲାଲି ମାଟି ଜଙ୍ଗଲରେ ଝିଅଟିର ମୃତ ଦେହ ଏକ ଗଛରେ ଓହଳି ଥିବା ଦେଖିବାକୁ ପାଇଥିଲା l

ତେବେ ଏହି ଘଟଣାରେ ମୃତ ଝିଅଟିର ପିତା ତଥା ବିଜେପି ନେତା କହିଛନ୍ତି ଯେ, ସେମାନେ ମୋ ବଡ଼ ଝିଅକୁ ମୋ ଠାରୁ ଛଡାଇନେଲେ l ଏହାର ଉଚିତ ନ୍ୟାୟ ମିଳୁ ଏବଂ ଦୋଷୀଙ୍କୁ କଠୋର ସଜା ଦିଆଯାଉ l

   Related Posts