୧୬ମାସ ହେଲା ଝିଅକୁ ଖୋଜି ଖୋଜି ବାପା-ମା’ ନୟାନ୍ତ, ମୃତ କି ଜୀବିତ ଜାଣିପାରୁନାହାନ୍ତି ଏପର୍ଯ୍ୟନ୍ତ

Published By : Prameya-News7 Bureau | October 19, 2020 IST

ଆନନ୍ଦପୁର ୧୯।୧୦: ସାଙ୍ଗ ଘରକୁ ଯାଉଛି କହି ଝିଅ ଘରୁ ବାହାରି ଯାଇଛି ଯେ ପ୍ରାୟ ୧୬ ମାସ ହେବ ଆଉ ଘରକୁ ଫେରିନି । ଝିଅ ନିଖୋଜ ହେବା ଜାଣିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଚୁପ୍ ବସିଛି । ପୋଲିସର ନିଷ୍କ୍ରିୟତାକୁ ନେଇ ବାପା-ମା’ ଏସପିଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଘଟଣାର ତଦନ୍ତ ପାଇଁ ଏସପି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ଝିଅର କୌଣସି ଖୋଜ ଖବର ପାଇନି ପୋଲିସ । ନିରାଶ ବାପା-ମା’ ଓ ଗାଁ ଲୋକଙ୍କ ସହ ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଝିଅ ଜୀବିତ କି ମୃତ ତାକୁ ନେଇ ଏବେ ଚିନ୍ତାରେ ପରିବାର ।

{"id":347208,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନରଦା ଗ୍ରାମର ଚିନ୍ତାମଣି ପଲ୍ଲେଇଙ୍କ ଝିଅ ରଶ୍ମିତା ଗତ ୨୦୧୯ ମସିହା ଜୁନ୍ ୩୦ ତାରିଖରେ ସାଙ୍ଗ ଘରକୁ ଯାଉଛି କହି କେଉଁଆଡେ ଚାଲିଯାଇଛନ୍ତି ଯେ ଆଉ ଫେରିନାହାନ୍ତି । ଏ ସମ୍ପର୍କରେ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ଝିଅ ସାବାଳିକା ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରିପାରିବନାହିଁ ବୋଲି  ପରିବାର ଲୋକଙ୍କୁ କହିଛି ।

{"id":335531,"sizeSlug":"large"}

ଝିଅକୁ ଗାଁର ଜଣେ ଯୁବକ ନେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ସଂପୃକ୍ତ ଯୁବକ କିନ୍ତୁ ତାଙ୍କ ଝିଅକୁ କେଉଁଠାରେ ରଖିଛି ତାହା ପ୍ରକାଶ କରୁନଥିବାରୁ ପରିବାର ଲୋକଙ୍କ ମନରେ ନାନା ପ୍ରକାର ଆଶଙ୍କା ପ୍ରକାଶ ପାଇଛି । ସଂପୃକ୍ତ ଯୁବକଙ୍କୁ ଆଣି ପଚରାଉଚରା କରିବା ସହ ଝିଅର ସନ୍ଧାନ କରିବା ପାଇଁ ଏସଡିପିଓଙ୍କ ନିକଟରେ ପରିବାର ଲୋକେ ଓ ଗ୍ରାମବାସୀ ଦାବି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.