ମା’ ସମ୍ମୁଖରେ ଝିଅକୁ ଅସଦାଚରଣ ଉଦ୍ୟମ
17/12/2018 at 10:59 AM

ବାରଙ୍ଗ ୧୭|୧୨: ମା’ ସମ୍ମୁଖରେ ଝିଅକୁ ଏସଦାଚରଣ ଉଦ୍ୟମ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଚନ୍ଦକା ତାନା ଛତାବର ଅଞ୍ଚଳରେ । ଜଣେ ଅବସରପ୍ରାପ୍ତ ଯବାନଙ୍କ ପତ୍ନୀ ଆଗରେ ତାଙ୍କ ଝିଅକୁ ଅସଦାଚାରଣ ଉଦ୍ୟମ ହୋଇଛି । ମା’ ଏବଂ ଝିଅ ମିଶି ୩ଜଣ ଯୁବକଙ୍କୁ ପ୍ରତିବାଦ କରିବାର ସହ ଜଣେ ଯୁବକଙ୍କୁ କାବୁ କରିନେଇଥିଲେ । ତେବେ ଗ୍ରାମବାସୀମାନେ ଅନ୍ୟ ଦୁଇ ଯୁବକଙ୍କୁ ଧରି ଗଛରେ ବାନ୍ଧିବା ସହ ନିର୍ଦ୍ଧୁମ ପିଟିଥିଲେ । ମା ଏବଂ ଝିଅ ମର୍ଣ୍ଣିଂ ଓ୍ବାକ୍ ରେ ଯିବାବେଳେ ଏଭଳି ଘଟଣା ଘଟିଥିଲା ।
ସୂଚନା ଅନୁସାରେ ସାକାଳୁ ଛତାବର ଅଞ୍ଚଳର ଜଣେ ଅବସରପ୍ରାପ୍ତ ଯବାନଙ୍କ ସ୍ତ୍ରୀ ଏବଂ ଝିଅ ମର୍ଣ୍ଣିଂ ଓ୍ବାକ୍ ରେ ଯାଇଥିଲେ । ରାସ୍ତାରେ ଯାଉଥିବା ସମୟରେ ବାଇକ୍ ରେ ଯାଉଥିବା ୩ଜଣ ଯୁବକ ଯୁବତୀଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ମା ଓ ଝିଅ ୩ଜଣଙ୍କ ମଧ୍ୟ ଜଣେ ଯୁବକଙ୍କୁ କାବୁ କରିନେଇଥିଲେ । ପାଟି କରିବାର ଶୁଣି ଗାଁ ଲୋକମାନେ ଘଟଣାସ୍ଥଳକୁ ଚାଲିଆସିଥିଲେ । ଫଳରେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଧରି ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କଠାରୁ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଚକ ରଖିଥିଲା । ଅଟକ ଯୁବକଙ୍କ ଅଭିଭାବକମାନେ ଗ୍ରାମବାସୀ ଏବଂ ମା ଓ ଝିଅଙ୍କୁ କ୍ଷମା ମାଗିବା ପରେ ପୋଲିସ ସେମାନଙ୍କୁ ଛାଡିଦେଇଛି ।