Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||

ଯୌତୁକ ନ ଦେବାରୁ ଆସିଲାନି ବର, ଘର ଛାଡି ଚାଲିଗଲେ ଯୁବତୀ: ଦୁଃଖ ସହି ନପାରି ଫାସୀ ଲଗାଇ ଆତ୍ମହତ୍ୟା କଲେ ପିତା

17/12/2020 at 7:13 PM

ଫତେହପୁର ୧୭/୧୨ : ଉତ୍ତର ପ୍ରଦେଶ ଫତେହପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଯୌତୁକ ନ ଦେବା କାରଣରୁ ଆସିଲାନି ବର। ବରଯାତ୍ରୀ ନ ଆସିବାରୁ କନ୍ୟା ଘର ଛାଡି ଚାଲିଗଲା। ଏହିସବୁ ଘଟଣା ଯୋଗୁଁ ଯୁବତୀଙ୍କ ପିତା ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଦେଇଛନ୍ତି। ଝିଅ ବାହାଘର ଭାଙ୍ଗି ଯିବାରୁ ଏବଂ ଝିଅ ଘର ଛାଡି ଚାଲିଯିବାରୁ ପିତା ଅତ୍ୟନ୍ତ ଆହତ ହୋଇ ଏହିଭଳି ଏକ ପଦକ୍ଷେପ ନେଇଛନ୍ତି। ଆଜିକାଲିର ଆଧୁନିକ ସମାଜ ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଯୁଗ ବହୁତ ଏଜେକୁ ଆସିଲାନି। ତଥାପି ଏହି ଆଧୁନିକ ଯୁଗରେ ମଧ୍ୟରେ ଲୋକଙ୍କ ମନରେ ଯୌତୁକ ଲୋଭ ରହିଛି।

ମାମଲା ଫତେହପୁର ଜିଲ୍ଲା ବିନ୍ଦକି ଥାନା ଅନ୍ତର୍ଗତ ପୁରବା ଗାଁର। ଗାଁରେ ରହୁଥିବା ୪୫ ବର୍ଷ ବୟସ୍କ ରାମ ସୁଫଳ ନିଷାଦଙ୍କ ଝିଅ ବାହାଘର ହମିରପୁରରେ ଠିକ ହୋଇଥିଲା। ଡିସେମ୍ବର ୬ ତାରିଖରେ ବାହାଘର ହେବାରଥିଲା। କିନ୍ତୁ ଯୌତୁକ ଦାବି ପୁରା ନ ହେବାରୁ ପୁଅ ପକ୍ଷ ବାହାହେବାକୁ ରାଜି ହେଲିନି, ବରଯାତ୍ରୀ ଆସିଲାନି।

ପୀଡିତ ପିତା ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ପୁରା ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ଘଟଣାରେ ନୂଆ ମୋଡ଼ ଆସିଥିଲା। ଗୁରୁବାର ସନ୍ଧ୍ୟାରେ ଯୁବତୀ ହଠାତ ସନ୍ଦିଗ୍ଧ ଅବସ୍ଥାରେ ଘରୁ ଗାୟବ ହୋଇଗଲେ। ବିଳମ୍ବିତ ରାତି ଯାଏଁ ଝିଅକୁ ଖୋଜି ଖୋଜି ନ ପାଇବାରୁ ରାମ ସୁଫଳ ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ।

ମାମଲାରେ ମୃତକଙ୍କ ବଡ ଝିଅ ଅଭିଯୋଗ କରିଛନ୍ତି ଯେ ହମିରପୁରର ଛେଦୁ ସହ ତାଙ୍କ ଭଉଣୀର ବିବାହ ଠିକ ହୋଇଥିଲା। କିନ୍ତୁ ପୁଅ ପକ୍ଷ ଆସିନଥିଲେ। ବାହାହଜାର ଭାଙ୍ଗିଯିବାରୁ ତାଙ୍କ ପିତା ଭାଙ୍ଗି ପଡ଼ିଥିଲେ। ସନ୍ଧ୍ୟାରେ ତାଙ୍କ ଭଉଣୀ ମଧ୍ୟ ଘର ଛାଡି କୁଆଡେ ଚାଲିଗଲେ। ଝିଅକୁ ଖୋଜି ନ ପାଇବାରୁ ଦୁଃଖରେ ଭାଙ୍ଗି ପଡିଥିବା ପିତା ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଦେଲେ।

ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ରାମ ମୃତକଙ୍କ ଘରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଜାରି ରଖିଛି।

   Related Posts