ଫେସବୁକରେ ପ୍ରେମ ହେବାପରେ ପ୍ରେମିକ ସହ ପଳେଇଯାଉଥିଲା ଝିଅ, ମାଆ ଅଟକାଇବାରୁ ଛୁରୀ ଭୁଷିଦେଲା ଝିଅ...

Published By : Prameya-News7 Bureau | December 29, 2018 IST

ଚେନ୍ନାଇ ୨୯/୧୨- ଆଜିକାଲି ପ୍ରେମ କରିବାକୁ କାହାକୁ ବାରଣ କରିପାରିବେନି । ଯଦି କିଛି କହୁଛନ୍ତି ତ ଏହିଭଳି ହୋଇପାରେ ଘଟଣା । ମାଆ ହୋଇ ବି ଝିଅକୁ   ଅଟକାଇପାରିଲାନି,  ପ୍ରେମିକ ସହିତ ଚାଲିଗଲା ପେଟରେ ଛୁରିଭୁସି । ପ୍ରେମରେ କାହାକୁ ବିରୋଧ କରିବେ ତ ହୋଇପାରେ ଆପଣଙ୍କ ଅବସ୍ଥା ଠିକ ଏହିପରି ।

ଚେନ୍ନାଇର ଥିରୁବଲୁର ଏହି ଘଟଣା । ଦେବୀ ନାମକ ଛାତ୍ରୀ କଲେଜରେ ପଢ଼ିଲା ସମୟରେ ବିବେକ ନାମକ ଯୁବକଙ୍କ ସହ ଫେସବୁକ ମଧ୍ୟମରେ ପ୍ରେମ ହୋଇଥିଲା।ଦୀର୍ଘଦିନ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିବାପରେ ଦେବୀ ଚାହିଁଥିଲା ଏହି ପ୍ରେମକୁ ଦାମ୍ପତ୍ୟରେ ପରିଣତ କରିବା ପାଇଁ ।  ସେଥିପାଇଁ ସେ ତାର ବୟଫ୍ରେଣ୍ଡ ବିବେକକୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା ।  ବିବେକ ବି ରାଜି ହୋଇଯାଇଥିଲା ।

ବିବାହ କରିବାକୁ ଦୁହେଁ ସ୍ଥିର କଲାପରେ ବିବେକ ତାର ଦୁଇଜଣ ସାଙ୍ଗଙ୍କ ସହ ଦେବୀ ଘରେ ପହଚିଂଥିଲା । ଦେବୀର ମାଆ ବିବେକ ଓ ତାର ଦୁଇସାଙ୍ଗକୁ ଦେଖିଲାପରେ କିଏ ବୋଲି ପ୍ରଶ୍ନ କରିଥିଲେ । ଦେବୀ କହିଥିଲା, ବିବେକ ହେଉଛି ତାର ଫେସବୁକରୁ ଚିହ୍ନା ଓ ପ୍ରେମିକ ।  ତାଙ୍କୁ ସେ ବିବାହ କରିବାକୁ ଚାହୁଁଛି । ଏହିକଥାରେ ଦେବୀର ମାଆ ରାଜି ହୋଇନଥିଲା ।

ତେବେ ମାଁଙ୍କ କଥା ନଶୁଣି ଦେବୀକୁ ଧରି ବିବେକ ବାହାରିଯିବା ବେଳେ ତା ମାଆ ଅଟକାଇଥିଲା । ଏଥିରେ ଦେବୀ ରାଗିଯାଇ ରୋଷେଇଘରେ ଥିବା ପରିବାକଟା ଛୁରୀରେ ତା ମାଆର ପେଟକୁ ଭୁଷିଦେଇଥିଲା । ଘଟଣାସ୍ଥଳରେ ଦେବୀର ମାଆଙ୍କ ମୃତ୍ୟୁ ହୋଇଥିଲା ।

ଏହି ଖବର ପଡ଼ୋଶୀ ଜାଣିବାପରେ ପୋଲିସକୁ ଜଣାଇଥିଲେ । ଦେବୀ ଓ ତାର ପୁରୁଷସାଙ୍ଗ ବିବେକ ସମେତ ଆଉ ଦୁଇଜଣ ସାଙ୍ଗକୁ ଗିରଫ କରିଥିଲା ପୋଲିସ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.