Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଝିଅର କିଡନୀ ରୋଗ ଭଲ ହେବ କେମିତି ? ଡାକ୍ତରଖାନା ବୁଲୁଥିବା ବାପା-ମାଆଙ୍କୁ ଅଭାବ କରିଦେଇଛି ଅସହାୟ

5/09/2020 at 7:10 PM

ସାଲେପୁର, ୦୫|୦୯:   ଝିଅର କିଡନୀ ଦୁଇଟି ଭଲ କରିବାକୁ ଯାଇ ବାପା-ମା ଏବେ ନିଃସ୍ୱ ଓ ଅସହାୟ। ଯାହା କିଛି ପାଖରେ ଥିଲା ତାହା ବିକି ଭାଙ୍ଗି ଝିଅର ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଗଲା। ଏବେ ଆଶା ସରକାରୀ ସାହାଯ୍ୟ ଓ ବଦାନ୍ୟ ବ୍ୟକ୍ତିଙ୍କ  ସହାୟତା ପାଇଁ ମଧ୍ୟ ନିବେଦନ। କିପରି  ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହେବ, ସେହି ଆଶାରେ ରହିଛନ୍ତି ବାପା ଓ ମାଆ । କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଓଡାସିଂ ଗାଁର ମାଧବ ସାମଲଙ୍କ ପରିବାରର ଦୁଃଖ କାହାଣୀ ଶୁଣିଲେ ଶତ୍ରୁ ଆଖିବି ଜକେଇ ଯିବ ।

ମାଧବ ସାମଲଙ୍କ ଝିଅ ଦୀପାଞ୍ଜଳି ଦୀର୍ଘ ୮/୯ ମାସ ହେଲା ଶଯ୍ୟାଶାୟୀ। ଝିଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା .। ପରୀକ୍ଷାରୁ ଜଣାଗଲା ଯେ ଦୀପାଞ୍ଜଳିଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ଏହା ଶୁଣି ବାପା ମାଧବ ଆଉ ମା’ ଶାନ୍ତିଲତାଙ୍କ ମୁଣ୍ଡରେ ସତେ ଯେପରି ବଜ୍ର ପଡ଼ିଲା। ବାପା ମାଧବ ଜଣେ ଅଟୋ ଡ୍ରାଇଭର। ଦିନ ସାରା ଖଟିଲେ ଯାହାକିଛି ମିଳେ ସେଥିରେ ତାଙ୍କର ୪ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେବା ବହୁତ କଷ୍ଟକର। ଆଉ ଏପଟେ କରୋନା ପ୍ରଭାବରେ କେତେବେଳେ ସଟଡାଉନ୍ ତ କେତେବେଳେ ଲକଡାଉନ୍ । ତେଣୁ ଅଟୋ ଚଳାଇ ପରିବାର ପୋଷିବା ଆହୁରି କଷ୍ଟ। ଏହି ସମୟରେ ଘରେ ବିଛଣାରେ ସବୁବେଳେ ଶୋଇଥିବା ବଢ଼ିଲା ରୋଗୀଣା ଝିଅର କିଡନୀ ପ୍ରତିରୋପଣ କରିବା ମାଧବଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ।

ଅନେକ ବଡ଼ ବଡ଼ ହସ୍ପିଟାଲରେ ମାଧବ ଝିଅକୁ ନେଇ ଦେଖାଇଥିଲେ ମଧ୍ୟ ବାଧକ ସାଜିଛି ଅର୍ଥ । ଟଙ୍କା ନଥିବାରୁ ଝିଅର କିଡନୀ ପ୍ରତିରୋପଣ  କରିବା ସମ୍ଭବପର ହୋଇ ପାରୁନାହିଁ। ତେଣୁ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ଝିଅ ଦିପାଞ୍ଜଳୀ ଜୀବନ ବଞ୍ଚି ଯାଆନ୍ତା ବୋଲି କହିବା ବେଳେ ଏନେଇ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ଉଭୟ ବାପା ଓ ମା’।

ଯଦି କେହି ସହୃଦୟ ବ୍ୟକ୍ତି ସହାୟତା ହାତ ବଢ଼ାଇବା କୁ ଚାହାନ୍ତି ତେବେ, ଏହି ଆକାଉଣ୍ଟ ରେ ସହାୟତା ରାଶି ପଠାଇଲେ ଝିଅର ଚିକିତ୍ସା ହୋଇପାରନ୍ତା।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍
ଜାପାକୁଡ ଶାଖା
ଆକାଉଣ୍ଟ ନମ୍ବର- ୩୫୫୬୭୨୦୮୯୯୩
IFSC- SBIN0009829

ମୋବାଇଲ- ୯୫୫୬୨୭୧୮୨୨

   Related Posts