Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ବାଣ ବିକି ଗିରଫ ହେଲେ ବାପା, ଛୋଟ ଝିଅଟି ପୋଲିସ ଗାଡିରେ ପିଟିଲା ମୁଣ୍ଡ : ଭିଡିଓ ଭାଇରାଲ୍ ପରେ ହେଲା ଏପରି…

14/11/2020 at 10:28 AM

ବୁଲନ୍ଦସହର ୧୪।୧୧: ପୋଲିସ ଯେ କେତେ ନିର୍ଦ୍ଦୟ ହୋଇପାରେ ତାହା କେହି ନଦେଖିଲେ ବିଶ୍ବାସ କରିପାରିବେନାହିଁ । ପୋଲିସର ଏଭଳି ନିର୍ଦ୍ଦୟ ଚେହେରା ସାମ୍ନାକୁ ଆସିଛି । ବୁଲନ୍ଦସହର ପୋଲିସ ବଣ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ନା କେବଳ ନିର୍ଦ୍ଦୟ ଭାବେ ପିଟିଥିଲା ବରଂ ଘୋଷାରି ଘୋଷାରି ଗାଡିରେ ବସାଇ ଥାନାକୁ ନେଇଯାଇଥିଲେ ।

ଏହି ସମୟରେ ବାପାଙ୍କୁ ବଞ୍ଚାଇବାକୁ ଛୋଟ ଝିଅଟି ପୋଲିସ ଆଗରେ କାମୁତିମିନତି ହୋଇଥିଲେ ମଧ୍ୟ ପୋଲିସ କର୍ମଚାରୀଙ୍କ ହୃଦୟ ତରଳିନଥିଲା । ବାପାଙ୍କୁ ବଞ୍ଚାଇବାକୁ ଝିଅଟି ପୋଲିସ ଗାଡିରେ କେତେଥର ନିଜ ମୁଣ୍ଡକୁ ପିଟିଥିଲା ମାତ୍ର ପୋଲିସ କର୍ମଚାରୀଙ୍କୁ କିଛି ଫରକ ପଡିନଥିଲା । ଝିଅଟି ବାରମ୍ବାର ଚିତ୍କାର କରୁଥିଲା ମୋ ବାପାଙ୍କୁ ଛାଡିଦିଅ… ମୋ ବାପାଙ୍କୁ ଛାଡିଦିଅ…

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ବାଣ ବିକ୍ରି କରୁଥିବା ଯୁବକଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା । ମାମଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ପହଞ୍ଚିଥିଲା । ସେ ତୁରନ୍ତ ଅଧିକାରୀଙ୍କୁ ମିଠା ନେଇ ସଂପୃକ୍ତ ଯୁବକଙ୍କ ଘରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମିଡିଆ ପରମର୍ଶଦାତା ଟ୍ବିଟ୍ କରି ଏ ସଂପର୍କରେ ସୂଚନା ଦେଇଥିଲେ ।

   Related Posts