ବାପାର ମୃତ୍ୟୁ ପରେ ଝିଅ ଅଟକ

Published By : Prameya-News7 Bureau | July 27, 2018 IST

ଗୋଆରେ ଦାଦନ ଶ୍ରମିକ ବାପାର ମୃତ୍ୟୁ ପରେ ମା’ଛେଉଣ୍ଡ ନାବାଳିକା ଝିଅ ଓ ଝିଆରୀ ଅଟକ । ନାବାଳିକା ୨ ଜଣଙ୍କୁ ଫେରାଇ ଆଣିବାକୁ ଦାଦନ ସର୍ଦ୍ଦାର ଅଗ୍ରୀମ ଟଙ୍କା ମାଗୁଥିବା ଅଭିଯେ।ଗ । କଳାହାଣ୍ଡି ଜୁନାଗଡ କେଲିଆ ଗାଁ ମୁକୁନ୍ଦ ହଂସ ସ୍ଥାନୀୟ ଦାଦନ ଦଲାଲ ମାଧ୍ୟମରେ ଗୋଆରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ମୁକୁନ୍ଦଙ୍କ ସହ ତାଙ୍କ ନାବାଳିକା ଝିଅ ଓ ନାବାଳିକା ଝିଆରୀ ମଧ୍ୟ ଗୋଆ ଯାଇଥିଲେ । ହେଲେ ଗତ ୨୨ତାରିଖରେ ମୁକୁନ୍ଦଙ୍କ ହଠାତ ଦେହ ଅସୁସ୍ଥ ଯେ।ଗୁଁ ମୃତ୍ୟୁ ହେ।ଇଥିଲା । ଅର୍ଥ ଅଭାବରୁ ମୁକୁନ୍ଦଙ୍କ ମୃତଦେହ ଆଣିବାକୁ ଅସମର୍ଥ ଥିଲେ ପରିବାର । ଶେଷରେ ସେଠାରେ ତାଙ୍କ ଦାହ କରିଦିଆଯାଇଛି । ସେପଟେ ୨ ନାବାଳିକା ଝିଅ ଓ ଝିଆରୀ ଗେ।ଆରେ ଅଟକ ଅଛନ୍ତି । ମୁକୁନ୍ଦ ହଂସ ନେଇଥିବା ଅଗ୍ରୀମ ଟଙ୍କା ଫେରସ୍ତ କଲେ ହିଁ ଦୁଇ ନାବାଳିକାଙ୍କୁ ଅଣାଯିବ ବେ।ଲି ପରିବାର ଲେ।କଙ୍କୁ ଧମକ ଦେଇଛି ଦଲାଲ । ଏନେଇ ଜିଲ୍ଲା ଗ୍ରାମ୍ୟ ଶ୍ରମ ନିରୀକ୍ଷକ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପରାମର୍ଶଦାତା କେଲିଆ ଗାଁକୁ ଯାଇ ସମସ୍ୟାନେଇ ଅନୁଧ୍ୟାନ କରୁଛନ୍ତି । ୨ନାବାଳିକାକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହେ।ଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.