ପାଟଣା୨୩/୭: ବଜ୍ରାଘାତରେ ବୋହୂ ମୃତ, ଶାଶୁଙ୍କ ସମେତ ଦୁଇ ଗୁରୁତର। କେନ୍ଦୁଝର ଜିଲ୍ଲା ପାଟଣା ଥାନା ରାଇଡିହl ପଞ୍ଚଯାତ ଜରକାଣି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର କାଳନ୍ଦୀ ମାଝୀଙ୍କ ପତ୍ନୀ ସନ୍ଧ୍ୟାରାଣୀ କିସ୍କୁଙ୍କ ମୃତ୍ୟୁ ବଜ୍ରଘାତରେ ହୋଇଛି। ଗୁରୁବାର ନିଜ ବିଲରୁ ଚାଷ କାମ ସାରି ଶାଶୁ ସୁମିତ୍ରା ମାଝୀ ଓ ଅନ୍ୟ ଜଣେ ରଜନୀ ମୁଣ୍ଡା ଙ୍କ ସହିତ ଘରକୁ ଫେରିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ତିନିଜଣ ଗୁରୁତର ହୋଇଥିଲେ l ସମସ୍ତଙ୍କୁ ସଙ୍ଗେ ସଙ୍ଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନ୍ଧ୍ୟରାଣୀଙ୍କୁ ମୃତ ଘୋଷଣା କରିଥିଲେ l ମୃତ ସନ୍ଧ୍ୟାରାଣୀ କିସ୍କୁଙ୍କ ଶାଶୁ ସୁମିତ୍ରା ମାଝୀ ସମେତ ରଜନୀ ମୁଣ୍ଡା ଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...