Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ, ଶାଶୁ-ଶ୍ବଶୁରଙ୍କ ଘରେ ବୋହୂର ରହିବାର ଅଧିକାର ଅଛି

15/10/2020 at 4:07 PM

ନୂଆଦିଲ୍ଲୀ ୧୫/୧୦: ଗୁରୁବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଘରୋଇ ହିଂସା ଅଧିନିୟମ ଅଧିନରେ ବୋହୂକୁ ନିଜ ସ୍ବାମୀଙ୍କ ପିତା-ମାତାଙ୍କ ଘରେ ରହିବାର ଅଧିକାର ଅଛି। ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧକ୍ଷତାରେ ୩ ଜଣିଆ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି।

ପୂର୍ବରୁ ତରୁଣ ବାତ୍ରାଙ୍କ ମାମଲାରେ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ, ନିଜ ସ୍ବାମୀଙ୍କ ବାପା-ମାଙ୍କ ସ୍ବାମୀତ୍ବରେ ଥିବା ସମ୍ପତିରେ ଭାଗ ନେଇପାରିବେନି ବୋହୂ। କିନ୍ତୁ ଗୁରୁବାର ଏହି ମାମଲାରେ ୩ ଜଣିଆ ଖଣ୍ଡପୀଠ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ସହ ୬-୭ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। କେବଳ ସ୍ବାମୀଙ୍କ ସମ୍ପତ୍ତିର ନୁହେଁ ବରଂ ଶାଶୁ-ଶ୍ବଶୁରଙ୍କ ଘରର ଅଧିକାର ଝିଅ ଭଳି ବୋହୂକୁ ମଧ୍ୟ ମିଳିବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

ଏହା ବ୍ୟତୀତ ହାଥରସ୍ ମାମଲାରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଉତ୍ତରପ୍ରଦେଶ ସରକାର ପୀଡ଼ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପଟେ ମାମଲାର ଟ୍ରାଏଲ୍ ଦିଲ୍ଲୀରେ କରିବା ପାଇଁ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋର୍ଟରେ ଅପିଲ୍‌ କରାଯାଇଛି। ମାମଲାରେ ସରକାର, ପୀଡ଼ିତା ଓ ଅଭିଯୁକ୍ତଙ୍କ କଥା ଶୁଣାଯାଇଛି, ସାରା ସଂସାର କଥା ଶୁଣିବାର ଦରକାର ନାହିଁ ବୋଲି କହିଛନ୍ତି ସିଜେଆଇ ଏସଏ ବୋବଡେ।

   Related Posts