ଶୋରୁମରେ ବୋହୂ ଦ୍ବାରା କରାଗଲା ନୂଆ କାର୍ର ଶୁଭାରମ୍ଭ : ବ୍ରେକ୍ ବଦଳରେ ଲାଗିଗଲା ଏକ୍ସିଲେଟରରେ ହାତ,ତା’ପରେ…
9/09/2020 at 5:40 PM

ଇନ୍ଦୋର ୯/୯: କାର୍ କିଣିବା ମଧ୍ୟବିତ୍ତ ପରିବାରର ସ୍ବପ୍ନ ହୋଇଥାଏ। ଏପରି ଏକ ପରିବାର କାର୍ କିଣିବା ସମୟରେ ଯେଉଁଭଳି ଅଘଟଣ ଘଟିଥିଲା ତାହା ଜାଣି ଆପଣ ଚମକି ଯିବେ। ପ୍ରକୃତରେ ଇନ୍ଦୋରରେ ଏକ ପରିବାର କାର୍ କିଣିବାକୁ ଶୋରୁମ୍ ପହଞ୍ଚିଥିଲା।
ଶୋରୁମରେ କାର୍ କିଣିବା ପରେ ଶାଶୁ ନିଜ ବୋହୂ ହାତରେ କାର୍ର ଶୁଭାରମ୍ଭ କରିବାକୁ କହିଥିଲେ। ବୋହୂ କାରକୁ ଆଗକୁ ଗଡ଼ାଇଥିଲେ କିନ୍ତୁ ଏହାକୁ ରୋକିବା ପାଇଁ ସେ ଭୁଲରେ ବ୍ରେକ୍ ବଦଳରେ ଏକ୍ସିଲେଟରକୁ ଜୋରରେ ଚିପି ଦେଇଥିଲେ। କାର୍ କାଚର କାନ୍ଥକୁ ଭାଙ୍ଗି ୩ଫୁଟ ତଳେ ଅନ୍ୟ କାର୍ ଉପରେ ପଡ଼ି ଯାଇଥିଲା।
ସୌଭାଗ୍ୟବଶତଃ ଏଥିରେ କାହାକୁ କୌଣସି ଆଘାତ ଲାଗିନଥିଲା କିନ୍ତୁ ୨ଟି କାର୍ କ୍ଷତିଗ୍ରସ୍ତ ହୋଇଥିଲା। ପରିବାର ଲୋକେ ଯେଉଁ ଗାଡ଼ି କିଣିଥିଲେ ଏହାର ମୂଲ୍ୟ ପାଖାପାଖି ୭ଲକ୍ଷ ଟଙ୍କା ଥିଲା କିନ୍ତୁ ବୋହୂ ଯେଉଁ ଗାଡ଼ିକୁ ଧକ୍କା ମାରିଥିଲେ ସେହି ଗାଡ଼ିର ମୂଲ୍ୟ ୧୫ଲକ୍ଷ ଟଙ୍କା ଥିଲା।
୨ଟି ଗାଡ଼ି ବୀମା କଭର ହେବା ଫଳରେ ପରିବାରକୁ ଅଧିକ କ୍ଷତି ସହିବାକୁ ପଡ଼ିନଥିଲା କିନ୍ତୁ ଶୋରୁମକୁ ହୋଇଥିବା କ୍ଷତିପୂରଣ ବାବଦକୁ ପରିବାର ଏବଂ ଶୋରୁମ୍ ମାଲିକ ୫୦-୫୦ପ୍ରତିଶତ ଦେଇ କରିଥିଲେ। ଶୋରୁମ୍ ସଞ୍ଚାଳକ ପରିବାରର ସୂଚନା ଦେବାକୁ ମନା କରି ଦେଇଥିଲେ।