ସାହାସ ଅଛି ତ ଏହି କଥା ବିହାରରେ କହିକି ଦେଖା..କଙ୍ଗନାଙ୍କୁ ଦୀପା ମାଁଝୀଙ୍କ ଖୋଲା ଚାଲେଞ୍ଜ

Published By : Prameya-News7 Bureau | November 12, 2021 IST

ପାଟନା ୧୨।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରନାଉତଙ୍କ ‘ସ୍ୱାଧୀନତା’ ସମ୍ପର୍କିତ ବୟାନକୁ ନେଇ ବିବାଦ ବେଳକୁ ବେଳ ବଢ଼ିବାର ଲାଗିଛି। ବିରୋଧୀ ଦଳ ଏବେ ତାଙ୍କ ବୟାନକୁ ପ୍ରସଙ୍ଗ କରିଥିବା ବେଳେ ରାଷ୍ଟ୍ରପତିଙ୍କ ନିକଟରେ ପଦ୍ମଶ୍ରୀ ପ୍ରତ୍ୟାହାର ଦାବି କରାଯାଉଛି। ଏଥିରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତେନରାମ ମାଁଝୀଙ୍କ ବୋହୂ ଦୀପା ମାଁଝୀ କଙ୍ଗନାଙ୍କୁ ଖୋଲା ଚାଲେଞ୍ଜ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀପା ମାଁଝୀ ଏ ନେଇ କଥିତ ଭାଷାରେ ଟ୍ୱିଟ୍‌ କରିବା ପ୍ରସଙ୍ଗକୁ ଅଧିକ ରୋଚକ କରିଛି।

wp:embed {"url":"https://twitter.com/dipamanjhi/status/1459061079833645060","type":"rich","providerNameSlug":"twitter","responsive":true}
https://twitter.com/dipamanjhi/status/1459061079833645060
/wp:embed

ଦୀପା ଟ୍ୱିଟ୍‌ରେ କଙ୍ଗନାଙ୍କୁ ‘ଦେଶଦ୍ରୋହୀ’ ବୋଲି କହିଥିବା ବେଳେ ସେ ଯଦି ଏହି ବୟାନ ବିହାରରେ ଦେଇଥାନ୍ତେ ତାଙ୍କ ମୁହଁକୁ କାଦୁଅରେ ବୁଡ଼ା ଯାଇଥାନ୍ତା ବୋଲି ଉଲ୍ଲେଖ କରିଛନ୍ତି। ଏହା ଛଡା ସେ କଙ୍ଗନାଙ୍କୁ ‘ନିଶାଖୋର’ ଓ ‘ସୁର୍ପଣଖାର ଭଉଣୀ କଙ୍ଗନା’   ବୋଲି ଉଲ୍ଲେଖ କରିଛନ୍ତି। ଜିତେନରାମଙ୍କ ବୋହୂ ରାଜନୀତିରେ ସକ୍ରିୟ ନାହାନ୍ତି, ହେଲେ ମଝିରେ ମଝିରେ ଏପରି ଟ୍ୱିଟ୍‌ କରନ୍ତି। ଗତ ଦିନରେ ସେ ଲାଲୁ ଯାଦବଙ୍କ ଝିଅ ରୋହିଣୀଙ୍କୁ ‘ଲବରୀ’ ବୋଲି କହିଥିଲେ।

wp:embed {"url":"https://twitter.com/editorji/status/1459099148138041344","type":"rich","providerNameSlug":"twitter","responsive":true}
https://twitter.com/editorji/status/1459099148138041344
/wp:embed

ସେପଟେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ କଙ୍ଗନାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏପରି କହି ଭାରତୀୟଙ୍କ ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ତିରସ୍କାର କରିଥିବା ମଲ୍ଲିକ କହିଛନ୍ତି। ଏଣୁ କଙ୍ଗନାଙ୍କ ବୟାନର ସେ ନିନ୍ଦା କରୁଥିବା କହିଥିବା ବେଳେ ଗିରଫ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.