Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମଦ ହେଲା କାଳ : ବୋହୂ ମାଡ଼ରେ ଶ୍ବଶୁରର ମୃତ୍ୟୂୁ

23/02/2019 at 12:32 PM

ଜୟପୁର ୨୩/୨: ବୋହୁଙ୍କ ମାଡରେ ଶ୍ବଶୁରଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ଜୟପୁର ସଦର ଥାନା ଅନ୍ତର୍ଗତ ବାଟ ଜଗନ୍ନାଥପୁରରେ। ଅଭିଯୁକ୍ତ ବୋହୁ ହୀରାମଣୀ ଜାନୀଙ୍କୁ ଜୟପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶ୍ବଶୁର ଚକ୍ର ଜାନୀର ଶବ ବ୍ୟବଛେଦ କରିଛି ପୋଲିସ।

ଗାଁରେ ଭୋଜିଭାତର ଆସର ଜମିଥିବା ବେଳେ ଶ୍ବଶୁର ୩ ନାତିନାତୁଣୀଙ୍କୁ ଧରି ସେଠାକୁ ଯିବାକୁ ବାହାରି ଥିଲେ। ଏହି ସମୟରେ ମଦ ନିଶାରେ ଚୁର ଥିବା ହୀରାମଣି କିନ୍ତୁ ପିଲାଙ୍କୁ ଛାଡିବାକୁ ରାଜି ହୋଇ ନଥିଲା। ଏହାକୁ ନେଇ ବୋହୁ ଓ ଶ୍ବଶୁରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ବୋହୁ ରାଗି ଯାଇ ଶ୍ବଶୁରଙ୍କ ମୁଣ୍ଡକୁ ଲୁହାରଡରେ ଆକ୍ରମଣ କରିବାପରେ ଘଟଣାସ୍ଥଳରେ ହିଁ ଶ୍ବଶୁରଙ୍କ ମୃତ୍ୟୁ ହୋଇଯାଇଥିଲା।

   Related Posts