ବାପା-ପୁଅ କଳିରେ ବଳି ପଡିଲେ ବୋହୂ, ଗୁଳି ବାଜି ଟଳିପଡିଲେ

Published By : Prameya-News7 Bureau | June 13, 2020 IST

ଭଞ୍ଜନଗର ୧୩।୬: ବାପା-ପୁଅ କଳିରେ ବଳି ପଡିଲେ ବୋହୂ । ଗୁଳି ବାଜ୍ବାରୁ ବୋହୂଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ବଡଗଡ ଥାନା ଅନ୍ତର୍ଗତ ମେରିକୋଟ ପଞ୍ଚାୟତର ବାରଭଣିଆ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ମେରିକୋଟ ପଞ୍ଚାୟତର ବାରଭଣିଆ ଗ୍ରାମରେ ପ୍ରଫୁଲ ମଲିକ ଏବଂ ତାଙ୍କ ପୁଅ ମିଟୁ ମଲିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ବେଳେ କଳି ଛଡାଇବାକୁ ଉଦ୍ୟମ କରିଥିଲେ ମିଟୁଙ୍କ ସ୍ତ୍ରୀ । ସେହି ସମୟରେ ଦେଶୀ ବନ୍ଧୁକକୁ ଗୁଳି ବାଜି ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.