ସାତଦିନ ଧରି ବୋହୂ ନିଖୋଜ: ଘରୁ ମିଳିଲା ରକ୍ତ ଛିଟା, ସ୍ୱାମୀ ସହ ଶଶୁରଘର ଲୋକ ଫେରାର -ହତ୍ୟା ସନ୍ଦେହ

Published By : Prameya-News7 Bureau | November 10, 2019 IST

ସୋର ୧୦।୧୧ -  ସାତଦିନ ଧରି ବୋହୂ ନଖୋଜ।  ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ  । ସୋର ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ଅଠିଳାବାଜ ଗ୍ରାମର ସୁଶିନ ଜେନା ସ୍ତ୍ରୀ ଝୁନା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ଗତ ଚାରି ବର୍ଷ ତଳେ ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ବାଲିକ ତିରଣ ଗ୍ରାମର ଗୟାଧର ମଲ୍ଲିକଙ୍କ ଝିଅ ଝୁନାକୁ ଅଠିଳାବାଜ ଗ୍ରାମର ସୁଶିନ ଜେନା ବୈଦିକ ରିତିନୀତିରେ ବିବାହ କରିଥିଲେ । ଗଡ କିଛି ଦିନ ଧରି ଝୁନାକୁ ବାପଘରୁ ଯୌତୁକ ବାବଦରେ ଅଧିକ ଟଙ୍କା ଆଣିବାକୁ କହି ନିର୍ଯାତନା ଦେଉଥିଲେ । ଗତ ସପ୍ତାହର ଶ୍ବଶୁର ଘର ନିଖୋଜ ଥିବାର ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ  ସହାୟତା ତଦନ୍ତ କରିଥିଲେ।

ତଦନ୍ତ ବେଳେ ଘରୁ ରକ୍ତ ଛିଟା ଦାଗ ମିଳିଛି। ସୁଶିନ ଓ ତାର ଭିଣୋଇ ଗତ କିଛି ଦିନ ଧରି ଫେରାର ଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.