Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଶାଶୂ ପାଇଁ ବଏଫ୍ରେଣ୍ଡ ଖୋଜୁଛି ବୋହୂ, ଯିଏ ହେବ ମିଳିବ ୭୨ ହଜାର, ଭାଇରାଲ୍‌ ହେଲା ଅନ୍‌ଲାଇନ୍‌ ବିଜ୍ଞାପନ

20/07/2021 at 10:32 AM

ନୂଆଦିଲ୍ଲୀ, ୨୦/୦୭: ଶାଶୂ ପାଇଁ ବଏଫ୍ରେଣ୍ଡ ଖୋଜୁଛି ବୋହୂ । କଥାଟା ଶୁଣିବାକୁ ଟିକେ ଅଲଗା ଲାଗୁଥାଇ ପାରେ ହେଲେ ଘଟଣାଟି ସତ । ଏହିଭଳି ଏକ ଅନ୍‌ଲାଇନ୍‌ ବିଜ୍ଞାପନ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।  ବିଜ୍ଞାପନଟି ଆମେରିକାର ହୋଇଥିବା ଜଣାପଡ଼ିଛି ।

କୁହାଯାଉଛି ଯେ, ଆମେରିକାରେ ରହୁଥିବା ଜଣେ ମହିଳା ତାଙ୍କ ଶାଶୂଙ୍କ ପାଇଁ ବଏଫ୍ରେଣ୍ଡ ଖୋଜୁଛନ୍ତି । ଯାହାର ବୟସ ୪୦ରୁ ୬୦ ବର୍ଷ ମଧ୍ୟରେ ହୋଇଥିବ । ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି । ଏହି ବିଜ୍ଞାପନଟି କେବଳ ଦୁଇଦିନ ପାଇଁ ଥିବା ସେ ଏଥିରେ ଲେଖିଛନ୍ତି । ଯେଉଁ ବ୍ୟକ୍ତି ଚୟନ ହେବେ ତାଙ୍କୁ ୯୬୦ ଡଲାର ବା ପାଖାପାଖି ୭୨ ହଜାର ଟଙ୍କା ମଧ୍ୟ ମିଳିବ ବୋଲି ଏଥିରେ ଲେଖାଯାଇଛି ।

ନ୍ୟୁୟର୍କର ହଡସନ୍‌ ବୋଲିରେ ରହୁଥିବା ଏହି ମହିଳା ବିଜ୍ଞାପନରେ ଦର୍ଶାଇଛନ୍ତି ଯେ, ତାଙ୍କର ୫୧ ବର୍ଷୀୟ ଶାଶୂ ପାଇଁ ଜଣେ ଗେଟ୍‌-ଟୁଗେଦର ପାର୍ଟନରର ଆବଶ୍ୟକତା ରହିଛି । ଏଥି ପାଇଁ ବ୍ୟକ୍ତି ଡ୍ୟାନ୍ସ ଶିଖିଥିବା ଜରୁରୀ । ଏହା ସହ ବ୍ୟକ୍ତି ଭଲ କଥାବାର୍ତ୍ତା ମଧ୍ୟ କରିପାରୁଥିବା ଦରକାର । ବଏଫ୍ରେଣ୍ଡ୍‌କୁ ଭଡ଼ା ଆଣିବାର କାରଣ ଜଣେ ସାଙ୍ଗଙ୍କ ବାହାଘର ବୋଲି ସେ ଲେଖିଛନ୍ତି ।

ବାହାଘର ପାର୍ଟିକୁ ଶାଶୂ-ବୋହୂ ଦୁଇଜଣ ଯାକ ଯିବା ପାଇଁ ମନସ୍ଥ କରିଛନ୍ତି । ହେଲେ ଏଥି ପାଇଁ ବୋହୂକୁ ଏମିତି ଏକ ବ୍ୟକ୍ତି ଦରକାର ଯିଏକି ତାଙ୍କ ଶାଶୁଙ୍କ ସହିତ ଯାଇପାରୁଥିବ । ତେବେ ଏହା ଟଙ୍କା ଦରକାର କରୁଥିବା ବ୍ୟକ୍ତିଙ୍କୁ ଫାଇଦା ହୋଇପାରେ । କିନ୍ତୁ ଏହାର ଚୟନ କିପରି କରାଯିବ ସେ ବିଷୟରେ ଜଣାପଡ଼ିନାହିଁ ।     

   Related Posts