ଭିଜିଲାନ୍ସ ଏସ୍‌ପିଙ୍କ ବିରୋଧରେ ବୋହୁ ଆଣିଲେ ଯୌନ ଶୋଷଣ ଅଭିଯୋଗ

Published By : Prameya-News7 Bureau | December 13, 2019 IST

କଟକ ୧୩।୧୨ -  ଶ୍ବଶୁର ପୋଲିସ ବିରୋଧରେ ବୋହୁ ଆଣିଲେ ଯୌନ ଶୋଷଣ ଅଭିଯୋଗ । ଭିଜିଲାନ୍ସ ଏସପି ଶଶି ଶେଖର ମହାପାତ୍ରଙ୍କ ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ବୋହୁର ଅଭିଯୋଗକୁ ପୁଅ ବି ସମର୍ଥନ କରୁଛନ୍ତି । ଏନେଇ ଶଶିଶେଖରଙ୍କ ବୋହୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି ।

{"id":197293,"sizeSlug":"large"}

୧୬୧ ଓ ୧୬୪ ଧାରାରେ ଅଭିଯୋଗକାରିଣୀଙ୍କର ବୟାନ ରେକର୍ଡ କରି ତଦନ୍ତ କରୁଛି ପୋଲିସ । ସେପଟେ କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପୁଅ ବୋହୁଙ୍କ ବିରୋଧରେ ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି ଶ୍ବଶୁର ଶଶିଶେଖର ।      ଶ୍ବଶୁର ବିରୋଧରେ ଯୌନ ଶୋଷଣ ଅଭିଯୋଗ

{"id":197294,"sizeSlug":"large"}

ଭିଜିଲାନ୍ସ ଏସପିଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ । ଆଉ କେହି ନୁହେଁ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ପୁଅ ଓ ବୋହୁ । ଜୟପୁରର ଭାରପ୍ରାପ୍ତ ଭିଜିଲାନ୍ସ ଏସପି ଭାବେ କାର୍ଯ୍ୟରତ ଶଶି ଶେଖର ମହାପାତ୍ରଙ୍କ ବିରୋଧରେ ଆସିଛି ଅଭିଯୋଗ । ଏସପି ଶଶି ଶେଖର କଟକ ସିଡିଏ ସେକ୍ଟର ୧୦ରେ ରହୁଥିବା ଭଡା ଘରେ ତାଙ୍କ ବୋହୁଙ୍କ ସହ ଆସଦାଚରଣ କରିଛନ୍ତି । ଏନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ବି ଦେଇଛନ୍ତି ତାଙ୍କ ବୋହୁ । ପୋଲିସ ମାମଲାର ତଦନ୍ତ କରି ଅଭିଯୋଗକାରିଣୀଙ୍କର ୧୬୧ ଧାରାରେ ବୟାନ ରେକର୍ଡ କରିଛନ୍ତି । ଏଥି ସହ ମାଜିଷ୍ଟ୍ରେଟଙ୍କ ନିକଟରେ ବି ୧୬୪ ଧାରାରେ ବୟାନ ରେକର୍ଡ ହୋଇଛି ।

{"id":197295,"sizeSlug":"large"}

ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ଏସପି ଶଶି ଶେଖର ପୁଅ ବୋହୁଙ୍କ ବିରୋଧରେ ପାଲଟା ବ୍ଲାକମେଲ୍ ଅଭିଯୋଗ ଆଣିଛନ୍ତି । ଶଶି ଶେଖର କହିଛନ୍ତି ଯେ , ବିଭିନ୍ନ ଆଳ ଦେଖାଇ ତାଙ୍କ ପୁଅ ବୋହୁ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଛନ୍ତି । ଏବେ ଅଧିକ ଟଙ୍କା ଆଶାରେ ସେମାନେ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ଶଶି ଶେଖର କହିଛନ୍ତି ।

{"id":197296,"sizeSlug":"large"}

ତେବେ ଅଭିଯୋଗରେ କେତେ ସତ୍ୟତା ରହିଛି । ପୁଅ ବୋହୁ ସତ କହୁଛନ୍ତି ନା ଏସପି ଶଶି ଶେଖର । ତାହା ପୋଲିସ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ସତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.