ଶାଶୁକୁ ମାରଣାସ୍ତ୍ରରେ ହାଣି ହତ୍ୟା ଉଦ୍ୟମ କଲା ବୋହୂ, ଭଉଣୀ ସହ ଥାନାରେ ଅଟକ
8/04/2021 at 1:06 PM

ସୋର ୮।୪: ଶାଶୁକୁ ମାରଣାସ୍ତ୍ରରେ ହାଣି ବୋହୂ ହତ୍ୟା ଉଦ୍ୟମ କରିଛି । ସୋର ଥାନା କେଦାରପୁର ପରିଡାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୋହୂ ଓ ତାଙ୍କ ଭଉଣୀକୁ ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଘେରି ରଖିଥିଲେ ।
ସୂଚନାଯୋଗ୍ୟ ଯେ, ସୋର ଥାନା କେଦାରପୁର ପରିଡାସାହିରେ ଘଟିଛି ଅଭାବନୀୟ ଘଟଣା । ବୁଧବାର ରାତି ୯ଟା ୩୦ମିନିଟରେ ରଘୁନାଥ ପରିଡାଙ୍କ ଘରେ ଘଟିଛି ଏଭଳି ଅଘଟଣ । ରଘୁନାଥଙ୍କ ସ୍ତ୍ରୀ ସବିତା ଏକ ଧର୍ମାନୁଷ୍ଠାନରେ ଯୋଗ ଦେଇ ଆସିବା ପରେ ଘରେ ପହଞ୍ଚିଥିଲେ । ପରେ ତାଙ୍କ ବୋହୂ ଲିଜା ତାଙ୍କୁ ଡାକି ନେଇ ମୋବାଇଲ ଦେଖାଇବା ବାହାନା କରି ଶୁଆଇ ଦେଇଥିଲା । ବୋହୂ ଲିଜା ଓ ତାଙ୍କ ଭଉଣୀ ଜୁଲି ସବିତାକୁ ଆକ୍ରମଣ କରିଥିଲେ । ଏହି ସମୟରେ ରଘୁନାଥ ପହଞ୍ଚି ସ୍ତ୍ରୀ ସବିତାକୁ ଉଦ୍ଧାର କରିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ରାତି ଓ ଦିନ ତମାମ ବୋହୂ ଲିଜା ଓ ତାଙ୍କ ଭଉଣୀ ଜୁଲିକୁ ସ୍ଥାନୀୟ ଲୋକେ ଘେରାଉ କରି ଘର ଭିତରେ ରଖିଥିଲେ । ସକାଳେ ବୋହୂ ଲିଜା ଓ ତାଙ୍କ ଭଉଣୀ ଜୁଲିକୁ ପୋଲିସ ଉଦ୍ଧାର କରି ସୋର ଥାନାକୁ ନେଇଯାଇଛି ।