ଜମିବାଡି ବିବାଦକୁ କେନ୍ଦ୍ରକରି ଆକ୍ରମଣ, ବୋହୂର ଠେଙ୍ଗା ମାଡରେ ଶ୍ବଶୁର ଗୁରୁତର
11/08/2019 at 10:48 AM

ଆନନ୍ଦପୁର ୧୧|୮: ଆନନ୍ଦପୁର ପୌରାଞ୍ଚଳ ୧୪ନଂ ଓ୍ବାର୍ଡ ଘସିପୁରା ଗାଁରେ ବୋହୂର ଠେଙ୍ଗା ମାଡରେ ଶ୍ବଶୁର ଗୁରୁତର ହୋଇଛନ୍ତି । ଶ୍ବଶୁରଙ୍କ ମୁଣ୍ଡ ଫାଟି ଯାଇଥିବାରୁ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି । ପୁଅ ମାନଙ୍କ ଭିତରେ ଜମିବାଡି ଭାଗବଣ୍ଟାକୁ କେନ୍ଦ୍ରକରି ବିବାଦ ଚାଲିଥିଲା । ଫଳରେ ଶ୍ବଶୁର ବଳରାମ ସାହୁଙ୍କୁ ମଝିଆ ବୋହୂ ତୁଳନା ଆକ୍ରମଣ କରିଛନ୍ତି ।

ବଳରାମଙ୍କ ତିନିପୁଅ ଅଛନ୍ତି । ହେଲେ ମଝିଆ ପୁଅ ଓ ବୋହୂ ପୈତୃକ ବାସଗୃହକୁ କବଜା କରି ରଖିଥିବାବେଳେ ଅନ୍ୟ ଦୁଇ ଭାଇଙ୍କୁ ସମ୍ପତିରୁ ଭାଗଦେବାକୁ ନାରାଜ ଥିବା କାରଣକୁ କେନ୍ଦ୍ରକରି ଦୀର୍ଘଦିନ ହେବ ବିବାଦ ଲାଗିରହିଛି । ଆଜିର ଘଟଣାକୁ କେନ୍ଦ୍ରକରି ଘସିପୁରା ଥାନାରେ ଏତଲା କରିଛନ୍ତି ବଳରାମ ।