Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଯୌତୁକ ପାଇଁ ଶ୍ବଶୁରଘର ଲୋକ ଦେଲେ ନିର୍ଯାତନା, ବାହାର କରିଦେଲେ ଘର : ଅଢେଇ ବର୍ଷର ପୁଅକୁ ଧରି ଥାନାରେ ମହିଳା

19/04/2021 at 4:55 PM

ଉଦଳା ୧୯।୪: ଅଢେଇ ମାସର ଶିଶୁ ପୁତ୍ରକୁ ସାଙ୍ଗରେ ଧରି ଥାନାରେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନାରେ । ଶ୍ବଶୁର ଘରୁ ନିର୍ଯାତିତ ହୋଇ ନ୍ୟାୟ ପାଇଁ କାଖରେ ଅଢେଇ ମାସର ଶିଶୁ ପୁତ୍ରକୁ ନେଇ ଥାନାରେ ପହଞ୍ଚିଛନ୍ତି ମହିଳା । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବଗବସା ଗ୍ରାମର ଆଶିଷ କୁମାର ସେଠୀଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସେଠୀଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ନ୍ୟାୟ ପାଇଁ ସେ ନିଜର ଅଢେଇ ମାସର ଶିଶୁ ପୁତ୍ରକୁ ସାଙ୍ଗରେ ଧରି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଲକ୍ଷ୍ମୀପ୍ରିୟାଙ୍କ ବାହାଘରକୁ ଏକ ବର୍ଷ ବିତିଥିବା ବେଳେ ଏକ ବର୍ଷ ମଧ୍ୟରେ ବାରମ୍ବାର ଶ୍ବଶୁର ଘର ଲୋକେ ଲକ୍ଷ୍ମୀପ୍ରିୟାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ । ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ରାଜ୍ୟ ବାହାରେ ରହୁଥିବା ବେଳେ ତାଙ୍କ ଶ୍ବଶୁର, ଶାଶୁ ତାଙ୍କୁ ମାଡ ମାରିବା ସହିତ ନିର୍ଯାତନା ଦେଇ ଆସୁଥିଲେ । ରବିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କୁ ଶ୍ବଶୁର ଘର ଲୋକେ ନିର୍ଯାତନା ଦେବା ସହିତ ତାଙ୍କ କୋଳରୁ ଅଢେଇ ମାସର ଶିଶୁକୁ ଛଡାଇ ନେଇ ତାଙ୍କୁ ଘରୁ ତଡି ଦେଇଥିଲେ । ଯାହାଫଳରେ ଲକ୍ଷ୍ମୀପ୍ରିୟା ରାତି ତମାମ ବାରଣ୍ଡାରେ ବସି ରହିଥିଲେ । ତାପରେ ଗ୍ରାମବାସୀମାନେ ଘଟଣା ଜାଣିବା ପରେ ଲକ୍ଷ୍ମୀପ୍ରିୟାଙ୍କୁ ଉଦ୍ଧାର କରିବା ସହିତ ଏ ନେଇ ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ । ବାପଘର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ ।  ସୋମବାର ସେ ନିଜ ଶିଶୁ ପୁତ୍ରକୁ ସାଙ୍ଗରେ ଧରି ନ୍ୟାୟ ପାଇବା ପାଇଁ ଉଦଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । 

   Related Posts