Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଏହିସବୁ ସର୍ତ୍ତରେ ମେହବୁବା ମୁଫ୍‌ତିଙ୍କୁ ଦେଖା କରିବା ପାଇଁ ଝିଅ ଇଲତିଜାଙ୍କୁ ଅନୁମତି ଦେଲେ ସୁପ୍ରିମ୍ କୋର୍ଟ, ପଢ଼ନ୍ତୁ ପୂରା ଖବର

5/09/2019 at 7:15 PM

ନୂଆଦିଲ୍ଲୀ୫|୯: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆଜି ସୁପ୍ରିମ କୋର୍ଟରେ ଆଲୋଚନା ଶୁଣାଣୀ ହୋଇଛି। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କ ଝିଅ ଇଲ୍‌ତିଜାଙ୍କୁ ତାଙ୍କ ମାଆଙ୍କ ସହଦେଖା କରିବା ପାଇଁ ଅନୁମତି ମିଳିଛି। ମେହବୁବା ମୁଫ୍‌ତିଙ୍କୁ ଦେଖା କରିବା ପାଇଁ ଇଲ୍‌ତିଜା ଚେନ୍ନାଇରୁ ଶ୍ରୀନଗରରେ ପହଞ୍ଚିଥିଲେ। ଆବଶ୍ୟକସ୍ଥଳେ ଅଧିକାରୀଙ୍କ ଅନୁମତି ନେବାକୁ ପଡିପା​‌ରେ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏଏସ ବୋବଡେ ଓ ଜଷ୍ଟିସ ଏସ ଅବଦୁଲ ନଜିର ତିନିଜଣିଆ ଖଣ୍ଡପୀଠ ଆଜି ମେହବୁବା ମୁଫ୍‌ତିଙ୍କୁ ଭେଟ କରିବା ପାଇଁ ଇଲତିଜାଙ୍କ ଉପରେ ବିଭିନ୍ନ କଟକଣା ଜାରି କରିଛନ୍ତି। ଶ୍ରୀନଗର ଯିବା ପାଇଁ ଇଲତିଜାଙ୍କୁ କେହି ବାଧା ଦେଇ ପାରିବେ ନାହିଁ ହେଲେ ନିଜ ଇଚ୍ଛାରେ ଶ୍ରୀନଗରର ଅନ୍ୟ ପ୍ରାନ୍ତରେ ବୁଲି ପାରିବେ ନାହିଁ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି। ମେହବୁବା ମୁଫତିଙ୍କୁ ସେ ସାକ୍ଷାତ କରି ପାରିବେ ହେଲେ ଅନ୍ୟ ସ୍ଥାନକୁ ଗଲେ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡିବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି।

ତାଙ୍କ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସେ ବହୁତ ଚିନ୍ତାରେ ଅଛନ୍ତି। ତାଙ୍କ ମାଆଙ୍କ ସହ ଏକ ମାସ ହେବ ଭେଟ କରି ନାହାନ୍ତି ତେଣୁ ତାଙ୍କୁ ଅନୁମତି ଦିଆଯାଉ ବୋଲି ଇଲ୍‌ତିଜା କୋର୍ଟରେ ନିବେଦନ କରିଥିଲେ । ମେହବୁବା ମୁଫ୍‌ତି ନଜରବନ୍ଦୀ ହୋଇ ରହିଲେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବ ବୋଲି ତାଙ୍କ ଝିଅ କହିଛନ୍ତି। ଏହାର ଏକ ସ୍ଥାନୀୟ ସମାଧାନ କରାଯାଉ ବୋଲି ଅଦାଲତର ବିଚାରପତିଙ୍କୁ ସେ ନିବେଦନ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୯ ତାରିଖରେ ମେହବୁବା ମୁଫ୍‌ତିଙ୍କ ମାଆ ଗୁଲସନ ଆରା ଓ ତାଙ୍କ ଭଉଣୀ ରୁବୈୟା ସଇଦ୍‌ ତାଙ୍କୁ ସାକ୍ଷାତ କରିଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଅନୁମତିରେ ତାଙ୍କ ମାଆ ଓ ଉଭଣୀ ତାଙ୍କୁ ଦ୍ବିତୀୟ ଥର ପାଇଁ ମଧ୍ୟ ଭେଟିଥିଲେ।ଏହି ଘଟଣା ପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତା ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଶାଣି କରିଥିଲେ। ସୁରକ୍ଷା କର୍ମୀଙ୍କ ବଳୟରେ ଇଲତିଜା ତାଙ୍କ ମାଆଙ୍କୁ ଦେଖା କରିବେ ବୋଲି କୋର୍ଟ ନିର୍ଦେଶ ଦେଇଥିଲେ। ଶ୍ରୀନଗରର ରାଜଭବନ ନିକଟରେ ଥିବା ଚସ୍ମେଶାହୀ  ଗେଷ୍ଟ ହାଉସରେ ମେହବୁବା ମୁଫ୍‌ତି ନଜରବନ୍ଦୀ  ରହିଛନ୍ତି।

   Related Posts