ରାତିରେ ପ୍ରେମିକକୁ ଭେଟିବାକୁ ଗଲା ଝିଅ, ଟାଙ୍ଗିଆରେ ହାଣି ହତ୍ୟା କଲା ବାପା

Published By : Prameya-News7 Bureau | September 16, 2020 IST

କାନପୁର ୧୬।୦୯: ପ୍ରେମ କରିବା ପଡିଲା ମହଙ୍ଗା। ବାପର ଟାଙ୍ଗିଆ ଚୋଟରେ ଚାଲିଗଲା ଝିଅର  ଜୀବନ। ଏମିତି ଅନର କିଲିଂ ଘଟଣା ଉତ୍ତର ପ୍ରଦେଶର କାନପୁରର ଦେହାତରେ ଘଟିଛି। ଯୁବତୀଙ୍କ ବାପା ଝିଅ ଓ ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଜଲ୍ୟ ଖେଳାଇ ଦେଇଛି। ସୂଚନା ମିଳିବା ମାତ୍ରେ ପୋଲିସ ଟିମ୍ ସହିତ ଏସପି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାପାର ଆକ୍ରମଣରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ଯୁବତୀ ଓ ଯୁବକଙ୍କ ଘର ସାମ୍ନାସାମ୍ନି ରହିଛି। ଦେଢ ବର୍ଷ ହେଲା ଉଭୟ ପରସ୍ପରକୁ ଭଲ ପାଉଥିଲେ। ପ୍ରେମିକା ଓ ପ୍ରେମିକ ଉଭୟ ଗୋଟିଏ ଜାତିର। ଗତକାଲି ରାତିରେ ସୁଯୋଗ ଦେଖି ଯୁବତୀ  ପ୍ରେମିକଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଚାଲି ଯାଇଥିଲେ। ଏହାକୁ ନେଇ ଯୁବକଙ୍କ ବାପା ଝିଅ ଘରକୁ ଆସି ଅଭିଯୋଗ କରିଥିଲେ।

ଏହା ଶୁଣି ଯୁବତୀଙ୍କ ବାପା ରାଗରେ ଜର୍ଜରିତ ହୋଇ ଉଠିଥିଲେ। ସେ ନିଜକୁ ନିୟନ୍ତ୍ରଣ କରିନପାରି ଟାଙ୍ଗିଆରେ ନିଜ ଝିଅ ଓ ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ଯୁବତୀଙ୍କ ପ୍ରାଣବାୟୁ ଉଡି ଯାଇଥିବା ବେଳେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ହସ୍ପିଟାଲରେ ସେ ଜୀବନ ମରଣ ସହ ସଂଘର୍ଷ କରୁଛି।

ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ସଦଳେ ବଦଳେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। କାନପୁର ଦେହାତ ଏସପି ଦିନେଶ ଚନ୍ଦ୍ର କହିଛନ୍ତି ଯୁବତୀଙ୍କ ବାପା ଟାଙ୍ଗିଆରେ ନିଜ ଝିଅର ହତ୍ୟା କରିଛି। କାରଣ ଝିଅ ପଡୋଶୀ ପୁଅକୁ ଭଲ ପାଉଥିଲା। ହତ୍ୟାକାରୀ ବାପାକୁ ଖୋଜା ଯାଉଥିବା ପୋଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.