Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଶ୍ମସାନ ଦେଖିଲା ଏକ ନିଷ୍ଠୁର କାହାଣୀ: ମାତୃ ଦିବସରେ ମାଆ ଜୁଇରେ ନିଆଁ ଦେଲା କୁନି ଝିଅ

11/05/2020 at 4:59 PM

ଜୟପୁର: ଶ୍ମସାନ ଦେଖିଲା ଏକ ନିଷ୍ଠୁର କାହାଣୀ। ମାତୃ ଦିବସରେ ଝିଅ ଦେଲା ନିଆରା ଉପହାର। ଅଘୋଷିତ ମାତୃ ଦିବସରେ ସୋସିଆଲ ମିଡିଆରେ ମାଆ ସହ ମାଳ ମାଳ ଫଟୋ। କିନ୍ତୁ ଏପଟେ ଜଣେ କୁନି ଝିଅ ଦେଲେ ମାଆ ଜୁଇରେ ନିଆଁ।। ମାତୃ ଦିବସରେ ମାଆକୁ ମୁଖାଗ୍ନି ଦେଲା ଝିଅ । ଜୟପୁର ଉପ-ଗାରଗାରରେ ଆତ୍ମହତ୍ୟା କଲେ ମାଆ। ମାତୃ ଦିବସରେ ସବୁଦିନ ପାଇଁ ଆଖି ବୁଜି ଦେଲେ ଜନ୍ମଦାତ୍ରୀ ମାଆ।

ମାତୃ ଦିବସ ପାଳନ କରିବା ବଦଳରେ ଶ୍ମସାନରେ ମାଆକୁ ସବୁଦିନ ବିଦାୟ ଦେଲା କୁନି ଝିଅ। ଛାତିରେ ଛାତିଏ କୋହ, ଆଖିରେ ଆଖିଏ ଲୁହ ଭରି ମାଆରୁ ଜୁଇରେ ନିଆଁ ଦେଇଛି କୁନି ଝିଅ। ଶବ ସତ୍କାର କରିବା ପାଇଁ କେହି ସଂପର୍କୀୟ ନଥିବାରୁ କୁନି ଝିଅଟି ରୀତିନୀତି ଅନୁଯାୟୀ ମାଆକୁ ମୁଖାଗ୍ନି ଦେଇଛି । ଗତକାଲି ଜୟପୁର ଉପ-କାରାଗାର ଜଣେ ମହିଳା କଏଦୀ ଆତ୍ମହତ୍ୟ କରିଥିଲେ ।

ଲକଡାଉନ୍ ସମୟରେ ବନ୍ଧୁବାନ୍ଧବଙ୍କ  ସାହାଯ୍ୟ ସହଯୋଗ ନମିଳିବାରୁ ପ୍ରଶାସନ ସହାୟତାରେ ଶେଷକୃତ୍ୟ ସଂପନ୍ନ ହୋଇଛି । କୋରାପୁଟ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ବାହିନୀପତି, କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ରାଜେଶ୍ରୀ ଦାସ ମେଡମ୍ , ଯୁବ ସଙ୍ଗଠନ ଏବଂ ସେଚ୍ଛାସେବୀମାନେ ତାଲାବନ୍ଦର ନିୟମକୁ ଦୃଷ୍ଟିରେ ରଖି ସାମଜିକ ଦୂରତା ରକ୍ଷା କରି ଶବ ସତ୍କାର କରିବାରେ ଝିଅଟିକୁ ସାହାଯ୍ୟ କରିଛନ୍ତି ।

   Related Posts