Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଆଖୁ କିଆରୀକୁ ଟେକି ନେଇ ମା’ ସାମ୍ନାରେ ଝିଅକୁ ଗଣଦୁଷ୍କର୍ମ : ଅଭିଯୁକ୍ତ ଫେରାର

15/04/2019 at 3:48 PM

ମୁଜାଫରପୁର ୧୫/୪ : ଉତ୍ତର ପ୍ରଦେଶ ମୁଜାଫରପୁର ଜିଲ୍ଲାରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି | ୨ ଯୁବକ ମା’ ସାମ୍ନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି | ମୁଜାଫରପୁର ଜିଲ୍ଲାର କାକରୋୖଲି ଅଂଚଳରେ ୨ଜଣ ଯୁବକ ଜଣେ ୨୨ ବର୍ଷ ବୟସ୍କା ଯୁବତୀଙ୍କୁ ଆଖୁ କିଆରୀକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ | ୨ ଅଭିଯୁକ୍ତ ପୀଡିତାଙ୍କ ମା ସାମ୍ନାରେ ଏହିଭଳି ନାରକୀୟ କାଣ୍ଡ ଘଟାଇଥିଲେ |


ପୀଡିତା ନିଜ ମା’ଙ୍କ ସହ ଔଷଧ କିଣିବାକୁ ବଜାରକୁ ଯାଇଥିଲେ | ଏତିକିବେଳେ ୨ ଜଣ ଯୁବକ ଆସି ଯୁବତୀ ଏବଂ ତାଙ୍କ ମାଙ୍କୁ ଜୋର ଜବରଦସ୍ତ ପାଖରେ ଥିବା ଏକ ଆଖୁ କିଆରୀକୁ ନେଇ ଯାଇଥିଲେ | ସେଠାରେ ମା ସମ୍ମୁଖରେ ଝିଅ ସହ ଦୁଷ୍କର୍ମ କରିଥିଲେ |


କୋକରୋୖଲି ଥାନା ଅଧିକାରୀ ଜିତେନ୍ଦ୍ର କୁମାର କହିଛନ୍ତି ଯେ, ଘଟଣାରେ ୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ପୀଡିତାଙ୍କୁ ମେଡିକାଲ ଚେକଅପ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି | ପୀଡିତାଙ୍କ ପିତା ଥାନାରେ ମାମଲା ରୁଜ୍ଜୁ କରିଥିଲେ | ପୋଲିସ ଘଟଣାର ତଦନ୍ତ କରୁଛି | ଅଭିଯୁକ୍ତଙ୍କ ଏବେ ଯାଏଁ କୌଣସି ପତା ମିଳିନାହିଁ |

   Related Posts