Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୧୫ ମୃତ
  • ||
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||

ପ୍ରେମରେ ଅନ୍ଧ ଝିଅ, ପରିବାର ଲୋକଙ୍କୁ ନିଶା ଦେଇ ପ୍ରେମିକ ସହ ହୋଇଗଲା ଫେରାର୍

5/10/2020 at 6:30 PM

ରାମପୁର, ୦୫ ।୧୦:   ଅନେକ ସମୟରେ ପୁଅ କିମ୍ବା ଝିଅ ଘରୁ ପ୍ରେମିକ କିମ୍ବା ପ୍ରେମିକା ସହ ଫେରାର ହୋଇଯିବା ଖବର ଆସିଥାଏ ।  ସୋମବାର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ତାଜୁବ୍ କରିଦେବ । ପ୍ରେମରେ ଅନ୍ଧ ହୋଇଥିବା ଝିଅର ଏପରି ଏକ ସାଙ୍ଘାତିକ କାରନାମା ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।

ଉତ୍ତର ପ୍ରଦେଶ ରାମପୁର ଆଞ୍ଚୋରା ଗ୍ରାମରେ ଜଣେ ଝିଅ ପ୍ରେମିକ ପାଇଁ ନିଜ ବାପା ଓ ମାଆ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଶତ୍ରୁ ପାଲଟିଯାଇଛି । ପ୍ରେମିକ କଥାରେ ପଡି ନିଜ ଘରୁ ଫେରାର୍ ହେବା ସହ ନିଜ ବାପା ଓ ମାଆଙ୍କୁ ମଧ୍ୟ ମୃତ୍ୟୁ ମୁଖରେ ପକାଇଛି ଝିଅ । ନିଜ ପରିବାର ଲୋକଙ୍କୁ ନିଶା ଖୁଆଇ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।

ପରିବାର ଲୋକଙ୍କ କହିବାନୁଯାୟୀ, ପୂର୍ବରୁ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ଝିଅ ପଡୋଶୀ ଗ୍ରାମର ଜଣେ ଯୁବକଙ୍କ ପ୍ରେମ ଜାଲରେ ଫସିଯାଇଥିଲେ । ଝିଅକୁ ବାପା-ମାଆ ଭାଇ-ଉଭଣୀ କେହି ନଜର ଆସିନଥିଲେ । ଏପରିକି ଝିଅ ନିଜ ଘରଦ୍ୱାର ଛାଡି ପ୍ରେମିକ ସହ ଫେରାର୍ ହେବାକୁ ନିଷ୍ପତ୍ତି ନେବା ସହ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ।

ତେବେ ପରିବାର ଲୋକେ ଝିଅର ଏହି ସାଙ୍ଘାତିକ ଯୋଜନା ବାଟରେ କଣ୍ଟା ସାଜିଥିଲେ । ତେଣୁ ସେମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ଝିଅ ପରିବାର ଲୋକଙ୍କୁ ନିଶାଦ୍ରବ୍ୟ ଖୁଆଇ ଦେଇଥିଲା ।

ଯେତେବେଳେ ପରିବାର ଲୋକଙ୍କର ହୋସ୍ ଆସିଥିଲା ସେତେବେଳକୁ ଝିଅ ପଳାଇ ସାରିଥିଲା । କିନ୍ତୁ ନିଶାଦ୍ରବ୍ୟ ପାଇଁ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ପରିବାର ଲୋକଙ୍କର ରାମପୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଝିଅର ବାପା ରାମପୁର ଥାନାରେ ଏନେଇ ଏତଲା ଦେଇଛନ୍ତି ।

ଏହି ଘଟଣାକୁ ନେଇ ରାମପୁର ଥାନାଧିକାରୀ  ଶ୍ରୀକାନ୍ତ ପ୍ରଜାପତି କହିଛନ୍ତି ଯେ, ଶନିବାର ରାତିରେ ଏହି ଘଟଣା ଘଟିଥିଲା । ତେବେ ସୋମବାର ଏହା ସାମ୍ନାକୁ ଆସିଛି । ଆଞ୍ଚୋରା ଗ୍ରାମରେ ଜଣେ ଯୁବତୀ ନିଜ ପରିବାର ଲୋକଙ୍କୁ ନିଶା ଦେଇ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି । ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଯୁବତୀ ଏବେ କେଉଁଠି ଅଛନ୍ତି ତାହା ଜଣାପଡି ନାହିଁ । ଅତିଶୀଘ୍ର ଉଭୟ ପ୍ରେମୀଯୁଗଳଙ୍ଗୁ ଠାବ କରାଯିବ ବୋଲି ସେ କହିଛନ୍ତି ।

   Related Posts