ପ୍ରଥମ ପ୍ରୟାସରେ ବ୍ୟାଙ୍କ ପିଓ, ପିତାଙ୍କ ଜଳନ୍ତା ଜୁଇ ଛାଡ଼ି ଆଇବିପିଏସ୍‌ ପରୀକ୍ଷା ଦେବାକୁ ଯାଇଥିଲା ଝିଅ

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୪/୪:  କଠିନ ପରିଶ୍ରମ ଏବଂ ଏକାଗ୍ରତା ହିଁ ସଫଳତାର ମନ୍ତ୍ର। ଦୁଃଖ ଏବଂ ସୁଖକୁ ସମାନ କରି ଲକ୍ଷ୍ୟ ପାଇଁ ପରିଶ୍ରମ କଲେ ହିଁ ସଫଳତା ମିଳିପାରିବ। ଏମିତି ଅନେକ ସଫାଳତାର ମନ୍ତ୍ର ଶୁଣିବାକୁ ମିଳେ। ବାସ୍ତବରେ ଏମିତି କରି ଦେଖାଇବା ଅନେକଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। ତଥାପି ଏମିତି କିଛି ଉଦାହରଣ ଆମ ସାମ୍ନାରେ ଅଛି ଯାହା ପରପୀଢ଼ିଙ୍କୁ ସଫଳତା ପାଇବାରେ ବେଶ ସହାୟକ ହୁଏ। କିନ୍ତୁ ଆଜି ଏମିତି ଜଣେ ଝିଅର ସଫଳତା କାହାଣୀ ଲୋକଲୋଚନକୁ ଆସିଛି ଯାହା ପ୍ରକୃତରେ ନିଆରା।

ନିଜ ବାପାଙ୍କ ଜଳନ୍ତା ଜୁଇ ଛାଡ଼ି ପରୀକ୍ଷା ଦେବାକୁ ଯାଇଥିଲା ଝିଅ। ବାପାଙ୍କୁ ହରାଇବା ଦଃଖ ଏବଂ ପରୀକ୍ଷା ଚିନ୍ତା ମଧ୍ୟରେ ବି ତାଙ୍କୁ ସଫଳତା ମିଳିଛି । ଆଜି ସେ ପାଲିଟିଯାଇଛନ୍ତି ସମସ୍ତଙ୍କ ରୋଲ୍‌ ମଡେଲ୍‌ । ଝାଡ଼ଖଣ୍ଡର ବିଶନପୁର ସ୍ଥିତ ଶାସ୍ତ୍ରୀ ନଗରରୁ ଆସିଛି ଏହି ଖବର। ଶୈଳେନ୍ଦ୍ର ଲାଲ ଏବଂ ଶଶି ସିହ୍ନାଙ୍କ ଝିଅ ହେଉଛନ୍ତି ସାକ୍ଷୀ  ଶ୍ରବାସ୍ତବ । ବାପାଙ୍କ ମୃତ୍ୟୁ ହେବା ପରେ ମଶାଣୀରେ ଜୁଇ ଜଳୁଥିଲା। ଠିକ୍‌ ଏହି ସମୟରେ ଆଇବିପିଏସ୍‌ ପରୀକ୍ଷା ଦେବାକୁ ଯାଇଥିଲେ ସାକ୍ଷୀ। ପ୍ରଥମ ପ୍ରୟାସରେ ତାଙ୍କୁ ସଫଳତା ମିଳିଛି। ସାକ୍ଷୀ ଏବେ କାନାରା ବ୍ୟାଙ୍କରେ ପିଓ ଭାବେ ଚୟନ ମଧ୍ୟ ହୋଇଛନ୍ତି।

ସାକ୍ଷୀଙ୍କ ବଡ଼ ଭଉଣୀ ସ୍ନେହା ୨୦୧୫ରେ ବ୍ୟାଙ୍କ ଅଫ ବରୋଦାରେ ପିଓ ଭାବେ ଚୟନ ହୋଇଥିଲେ। ଶୈଳେନ୍ଦ୍ର ଲାଲ ଏବଂ ଶଶି ସିହ୍ନାଙ୍କ ୩ ଝିଅ ଅଛନ୍ତି। ସେମାନଙ୍କ ୩ ଝିଅ ସାବ୍ୟସ୍ତ କରିଛନ୍ତି ପିତା-ମାତା ଏବଂ ସାମଜ ପାଇଁ ବୋଝ ନୁହେଁ। ଯଦି ବାପା-ମା’ ସଠିକ ମାର୍ଗଦର୍ଶନ ଦିଅନ୍ତି ତେବେ ସେମାନେ କିଛି ବି କରିପାରିବେ। ସାକ୍ଷୀଙ୍କ ସାନ ଭଉଣୀ ସମୃଦ୍ଧି ବାପାଙ୍କୁ ମୁଖାଗ୍ନୀ ଦେଇ ପୁଅର କର୍ତ୍ତବ୍ୟ ମଧ୍ୟ କରିଛନ୍ତି।

ପିତାଙ୍କ ଜୁଇର ନିଆଁ ଲଭିନଥିବା ବେଳେ ଝିଅ ପରୀକ୍ଷା ଦେବାକୁ ଯାଇଥିଲା। ପ୍ରଥମ ପ୍ରୟାସରେ  କାନାରା ବ୍ୟାଙ୍କ ପିଓ ଭାବେ ଚୟନ ହୋଇ  ସାକ୍ଷୀ ପରିବାର ପାଇଁ ଗୌରବ ଆଣିଛନ୍ତି। ନିଜ ସ୍ବାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ଶଶି, ନିଜ ଝିଅର ସଫଳତା ପରେ ପୁଣି ଥରେ ହସିଛନ୍ତି। ସେପଟେ ଶିଶି ସିହ୍ନା କହିଛନ୍ତି ୩ ଝିଅକୁ ନେଇ ସେ ଗର୍ବ କରନ୍ତି। କେବେ ବି ପୁଅ ନଥିବା ନେଇ ସେ ଅବଶୋଷ କରିନାହାନ୍ତି। ସାକ୍ଷୀ ନିଜର ସଫଳତାର ଶ୍ରେୟ ପିତା-ମାତାଙ୍କୁ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.