ସ୍ବାମୀ ସ୍ତ୍ରୀ ମିଶି ଝିଅକୁ ଫଶାଇବା ପାଇବା ପାଇଁ ରଚିଥିଲେ ମିଛ ଲୁଟ ଓ ଗଣ ଦୁଷ୍କର୍ମ ନାଟକ, ପୋଲିସ ପର୍ଦ୍ଦାଫାଶ କରିବା ସହ ଦମ୍ପତ୍ତିଙ୍କୁ କଲା ଗିରଫ…

Published By : Prameya-News7 Bureau | August 03, 2019 IST

ବୁଲନ୍ଦସହର ୩/୮: ଉତ୍ତରପ୍ରଦେଶର ବୁଲନ୍ଦସହରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାର ନୂଆ ଦିଗ ସାମନାକୁ ଆସିଛି। ଏଠାରେ ଜଣେ ମାଆ ନିଜ ଝିଅକୁ ଫସାଇବା ପାଇଁ ନିଜ ଗଣଦୁଷ୍କର୍ମ ଷଡ଼ଯନ୍ତ୍ର ନିଜେ ହିଁ ରଚିଥିଲା । ଏଥିରେ ତା’ର ସ୍ବାମୀ ମଧ୍ୟ ସହଯୋଗ କରିଥିଲା। ଏହି ମାମଲାରେ ପୋଲିସ୍ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଗିରଫ କରିଛି।

୨ଦିନ ତଳେ ବୁଲନ୍ଦସହରର ସ୍ୟାନା କୋତଓ୍ବାଲି ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ କେତେକ ଦୁର୍ବୃତ୍ତ ପଶିଥିଲେ। ଦୁର୍ବୃତ୍ତମାନେ ଘରେ ପଶି ଲୁଟ କରିବା ସମୟରେ ଘରେ ରହୁଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ହଜାର ହଜାର ଟଙ୍କାର ଜିନିଷ ନେଇ ଫେରାର ହୋଇଯାଇଥିଲେ। ଏହାପରେ ପୋଲିସ୍ ପୀଡ଼ିତା ଏବଂ ତାଙ୍କ ସ୍ବାମୀଙ୍କୁ ପୋଲିସ୍ ଷ୍ଟେସନକୁ ନେଇ ଜୋରଦାର ପଚରାଉଚୁରା କରିଥିଲା । ପଚରା ଉଚରାବେଳେ  ଗଣଦୁଷ୍କର୍ମ ଏବଂ ଲୁଟ ଏକ ନାଟକ ଥିଲା ବୋଲି ପର୍ଦ୍ଦାଫାଶ ହୋଇଥିଲା । ଏହା ଜାଣିବାପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

{"id":140313}

ଲୁଟ ଓ ଗଣ ଦୁଷ୍କର୍ମର ନାଟକ ରଚନା କରିଥିବା ଏହି ଦମ୍ପତିଙ୍କ ଝିଅ ଅନ୍ୟ ଜାତିର ଯୁବକ ସହ ଫେରାର ହୋଇଯାଇଥିଲେ । ସେଥିପାଇଁ ମାଆ ବାପା ନିଜ ଝିଅଙ୍କୁ ଜେଲ୍ ପଠାଇବା ପାଇଁ ନକଲି ଲୁଟ ଓ ଗଣଦୁଷ୍କର୍ମର ଷଡ଼ଯନ୍ତ୍ର ରଚିଥିଲେ। ପୋଲିସ କହିବାନୁସାରେ ପୀଡ଼ିତା ମହିଳାଙ୍କ ଡାକ୍ତରୀ ମାଇନାରେ ଗଣଦୁଷ୍କର୍ମ ହୋଇଛି କି ନାହିଁ ଜଣାପଡ଼ିନାହିଁ। ତେବେ ଏମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ମାମଲା ରୁଜୁ କରିବା ସହ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଦାଲତରେ ଏମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଜେଲ ପଠାଇଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.