ଘରୋଇ କଳି ନେଲା ଜୀବନ, ମା-ଝିଅ ବଚସାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ଝିଅ

Published By : Prameya-News7 Bureau | September 03, 2020 IST

ମୋହନା ୦୩।୦୯:  ଗଜପତି ଜିଲ୍ଲା ଅଡବା ଥାନା ଝିଲିକି ଗାଁରେ ଘଟିଛି ଅଭାବନୀୟ ଘଟଣା । ମା ଓ ଝିଅ ବଚସାରୁ ବେକରେ ଲୁଗା ଲଗାଇ ଘର ଭିତରେ ଆତ୍ମହତ୍ୟା କରିଛି ଝିଅ । ମୃତକ ହେଲେ ସେହି ଗାଁର କଳ୍ପନା ପ୍ରଧାନୀ ବୋଲି ଜଣାପଡିଛି । ଅଡବା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ ମା ଓ ଝିଅଙ୍କ ମଧ୍ୟରେ କୌଣସି କାରଣକୁ ବଚସା ହୋଇଥିଲା । ଏହା ପରେ ଝିଅ କଳ୍ପନା ଘରେ କେହି ନ ଥିବା ବେଳେ ବେକରେ ଲୁଗା ଲଗାଇ ଝୁଲିପଡିଥିଲେ । ଝୁଲନ୍ତା ଅବସ୍ଥାରେ ଘର ଲୋକେ ଦେଖି ତାକୁ ଓ୍ହାଲଇବା ସହ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ଚନ୍ଦ୍ରଗିରି ମେଡିକାଲକୁ ସ୍ଥାନନ୍ତରିତ କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଛାନ୍‌ଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.