ଟ୍ରେନରେ କଟି ମାଆ ଓ ୧୦ ମାସର ଝିଅ ମୃତ, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | December 06, 2020 IST

ଟାଙ୍ଗୀ,୦୬/୧୨:  ପାରିବାରିକ କଳହର କରୁଣ ପରିଣତି । ଟ୍ରେନ୍ ଲାଇନରେ ଆତ୍ମହତ୍ୟା କଲେ ମାଆ ଓ ଝିଅ । କିନ୍ତୁ ମହିଳାଙ୍କ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା ଅଭିମାନପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।

ମାଆ ଓ ଝିଅ ଦୁହେଁ ଟ୍ରେନ ଲାଇନ ରେ କଟି ଆତ୍ମହତ୍ୟା ହତ୍ୟା କରିଛନ୍ତି । କିନ୍ତୁ ସେମାନଙ୍କୁ ହତ୍ୟା କରାଯିବା ପରେ ଟ୍ରେନ ଲାଇନରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପଘର ଲୋକେ । ଟାଂଗୀ-ଭୁଷଣ୍ଡପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିବା ପରେ ଶାଶୁ-ଶ୍ୱଶୁରକୁ ଅଟକ ରଖି ପୋଲିସର ପଚରାଉଚରା କରିଛି।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମର ତ୍ରିନାଥ ସ୍ୱାଇଁଙ୍କ ପୁତ୍ର ନାଲ୍ଲା ପୁରୀ ଜିଲ୍ଲା ଗଡିଶାଗଦା ଥାନା ଦେଇପୁର ଗ୍ରାମର ଗୋକୁଳ ପରିଡା ଝିଅ ଝରଣାଙ୍କୁ ବିବାହ କରିଥିଲେ । ପ୍ରାୟ ୨ ବର୍ଷ ପୂର୍ବେ ବିବାହ ହୋଇଥିଲା । ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ରବିବାର ଝରଣା ଓ  ତାଙ୍କର ୧୦ ମାସର ଝିଅ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ଶ୍ୱଶୂର ପ୍ରଥମେ ଉଭୟଙ୍କ ମୃତଦେହ ଟ୍ରେନ୍ ଲାଇନରେ ଦେଖିବାକୁ ପାଇଥିଲେ ।

କିନ୍ତୁ ମହିଳାଙ୍କ ପରିବାର ଲୋକଙ୍କ କହିବା କଥା ଅଲଗା । ସେମାନଙ୍କ କହିବା କଥା ହେଲା ଯେ, ଝିଅ ଏବଂ ନାତୁଣୀକୁ ତା'ର ଶାଶୂ, ଶ୍ୱଶୁର, ସ୍ୱାମୀ ଏବଂ ଅନ୍ୟମାନେ ମିଳିମିଶି ହତ୍ୟା କରିଛନ୍ତି । ଏହା ପରେ ଟ୍ରେନ ଲାଇନରେ ଫିଙ୍ଗି ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.