ଆମ ମାଆ ଖରାପ କାମ କରୁଛି, ପର ପୁରୁଷ ସହ ସଂପର୍କ ରଖୁଛି: ଏପରି ସଙ୍ଗୀନ ଅଭିଯୋଗ ଆଣି ଥାନାରେ ପହଞ୍ଚିଲେ ପୁଅ-ଝିଅ

Published By : Prameya-News7 Bureau | July 31, 2021 IST

ଭୁବନେଶ୍ଵର ୩୧।୦୭:  ମାଆର ଚରିତ୍ରକୁ ନେଇ ପୁଅ ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ । ଅନୈତିକ ସଂପର୍କ ରଖୁଥିବା ମାଆ ବିରୁଦ୍ଧରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁଅ ଝିଅ । ଏଭଳି ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି।  ଏପଟେ ମାଆ ଏହାକୁ ମିଥ୍ୟା ବୋଲି କହିଛନ୍ତି ।

ମାଆ ନାଁରେ  ପୁଅ ଓ ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ । ଆଉ ଝିଅ ନାଁରେ ମା ଆଣିଲେ ପାଲଟା ଅଭିଯୋଗ। ଏଭଳି ଘଟଣାକୁ ନେଇ ଭୁବନେଶ୍ଵରରେ ଚର୍ଚ୍ଚା । ନିଳାଦ୍ରୀ ବିହାରର ଏହି ଚର୍ଚ୍ଚିତ ଘଟଣା ଏବେ ଥାନାରେ ପହଁଚିଛି । ମାଆର ଚରିତ୍ରକୁ ନେଇ ପୁଅ ଓ ଝିଅ ବିରୋଧ କରିବାରୁ ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆାଇଥିବା ଅଭିଯୋଗ କରିଛନ୍ତି ।  ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କ ନେଇ ମାଆଙ୍କ ବିରୋଧରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ଗୋଟିଏ ପଟେ ପୁଅ ଓ ଝିଅ ମା ବିରୋଧରେ ଅଭିଯୋଗ କରିଛନ୍ତି, ଅନ୍ୟପଟେ ଝିଅ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ଝିଅ ସହିତ  ପୁରୁଷମାନଙ୍କ ଅନୈତିକ ସଂପର୍କ ବାବଦରେ ଜାଣିବା ପରେ ମାଆ ବାରଣ କରି ମାରପିଟ କରିଥିବା କହିଛନ୍ତି ।  ଝିଅ ଓ ପୁଅ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ମାଆ କହିଛନ୍ତି । ତେବେ ଏଭଳି  ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଚନ୍ଦ୍ରଶେଖରପୁର ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ  ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.