Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଝିଅ ଅନ୍ୟ ଜାତିର ଯୁବକକୁ ପ୍ରେମ କରୁଥିଲା ବୋଲି ଝିଅ ଏବଂ ମା’ର ଗଳା କାଟି ହତ୍ୟା କଲା ବାପା, ଏହାପରେ ନିଜେ ମଧ୍ୟ କଲା ଆତ୍ମହତ୍ୟା

17/12/2018 at 1:47 PM

ପୁଡୁଚେରୀ ୧୭/୧୨ :ଅନ୍ୟ ଜାତିର ଜଣେ ଯୁବକକୁ ଭଲ ପାଉଥିବା ନେଇ ନିଜ ଝିଅକୁ ଗଲା କାଟି ହତ୍ୟା କରିଛି ଜଣେ ବାପା | କେବଳ ସେତିକି ନୁହେଁ ଝିଅକୁ ହତ୍ୟା କରିବ ପରେ ସ୍ତ୍ରୀକୁ ହତ୍ୟା କରି ନିଜେ ମଧ୍ୟ ଆତ୍ମହତ୍ୟା କରିଛି ଜଣେ ବାପା | ଘଟଣା ଘଟିଛି ପୁଡୁଚେରୀରେ |


ପୋଲିସ ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ଶନିବାର ଦିନଠୁ ଘର ଭିତର ପଟୁ ବନ୍ଦ ରହିଥିଲା | ରବିବାର ଯାଏଁ ଘର କବାଟ ବନ୍ଦ ଥିବା ନେଇ ପଡୋଶୀ ଘର ଲୋକେ ସନ୍ଦେହ କରି ଘର କବାଟକୁ ଭାଙ୍ଗି ଦେଇଥିଲେ | ଘର ଭିତରେ ପ୍ରବେଶ କରି ଦେଖିଲେ, ବ୍ୟକ୍ତିଙ୍କ ମୃତଦେହ ପଙ୍ଖାରେ ଝୁଲୁଛି | ସ୍ତ୍ରୀ ଏବଂ ଝିଅର ରକ୍ତାକ୍ତ ମୃତଦେହ ଚଟାଣରେ ପଡିଥିବା ଦେଖିଥିଲେ ପଡୋଶୀ | ଏନେଇ ପଡୋଶୀ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହଗୁଡିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି |


ସୂଚନାଯୋଗ୍ୟ ଯେ, ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ତିନିଟି ଝିଅ | ତାଙ୍କ ବୟସ ୫୮ ବର୍ଷ | ତିନି ଝିଅ ମଧ୍ୟରୁ ଦୁଇଜଣଙ୍କ ବିବାହ ହୋଇସାରିଥିଲା | ତୃତୀୟ ଏବଂ ସାନ ଝିଅ ଅନ୍ୟ ଏକ ଜାତିର ଯୁବକଙ୍କୁ ପ୍ରେମ କରୁଥିଲେ | ଏନେନି ତାଙ୍କ ଘରେ ସବୁବେଳେ ପାଟିତୁଣ୍ଡ ହେଉଥିଲା | ଶନିବାର ଦିନ ଏନେଇ ପୁଣି ଝଗଡା ହୋଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ନିଜ ୨୫ ବର୍ଷ ବୟସ୍କା ଝିଅର ଗଳା କାଟି ହତ୍ୟା କରିଥିଲେ | ଏହାପରେ ୫୦ ବର୍ଷ ବୟସ୍କ ସ୍ତ୍ରୀକୁ ମଧ୍ୟ ଗଳା କାଟି ହତ୍ୟା କରିଥିଲେ | ଏହାପରେ ନିଜେ ରାଶି ଲଗାଇ ଆତ୍ମହତ୍ୟା କରିଥିଲେ | ପୋଲିସ ଶବ ଜବତ କରି ମାମଲା ରୁଜ୍ଜୁ କରିଛି |

   Related Posts