ଚିଟଫଣ୍ଡ କମ୍ପାନୀ ଦାତୁମ୍ ର ଗିରଫ ଏମଡି ଓ ନିର୍ଦେଶିକାଙ୍କୁ ପୁଣି ୫ଦିନ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ
9/11/2018 at 4:59 PM

ବ୍ରହ୍ମପୁର୯|୧୧: ଦାତୁମ୍ ଏମଡି ଓ ନିର୍ଦେଶିକାଙ୍କୁ ପୁଣି ୫ଦିନ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ । ତିନି ଦିନ ରିମାଣ୍ଡ ଅବଧି ସରିବା ପରେ ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ପୋଲିସ ପୁଣି ରିମାଣ୍ଡରେ ନେଇଛି । ସେପଟେ ତେଜୁଛି ଟଙ୍କା ଫେରସ୍ତ ଦାବି। କମ୍ ଦିନରେ ଅଧିକ ଲାଭ ଆଶାରେ ଦାତୁମ୍ କମ୍ପାନୀରେ ଲକ୍ଷ ଲକ୍ଷ ଟଙ୍କା ଜମା ରଖିଥିଲେ ଜମାକାରୀ। ଅବଧି ସରିବା ପରେ ବି ଟଙ୍କା ମିଳିନି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରୁ କମ୍ପାନୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଟଙ୍କା ଫେରସ୍ତ ଦାବିରେ ଥାନାରେ
ସେପଟେ ଗିରଫଦାରୀ ପରେ ଟଙ୍କା ହଡ଼ପ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଂପାନୀ କର୍ତ୍ତୃପକ୍ଷ। ଲୋକଙ୍କୁ ଗ୍ରୋସରୀ ଜିନିଷ ଯୋଗାଉଥିଲେ। ଏଜେଣ୍ଟମାନେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି କଂପାନୀ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ କେତେଜଣ ଏଜେଣ୍ଟ୍ ଜରିଆରେ କେତେ ଜମାକାରୀଙ୍କ ଠାରୁ ଟଙ୍କା ସଂଗ୍ରହ ହୋଇଛି ? କଂପାନୀର କେଉଁଠି କେତେ ସଂପତ୍ତି ରହିଛି? ଏନେଇ ପୋଲିସ୍ ତଦନ୍ତ କରୁଛି।…
ଜମାକାରୀଙ୍କୁ କେବେ ଟଙ୍କା ମିଳିବ। କି ପଦକ୍ଷେପ ନେବ ପୋଲିସ, ତା ଉପରରେ ଏବେ ରହିଛି ନଜର ।…