ରାଜଧାନୀରେ ଡେଟିଂ, ସେକ୍ସ ଅପହରଣ ଘଟଣା-ଗିରଫ ଯୁବକଙ୍କ ମାଆ ଚନ୍ଦ୍ରଶେଖରପୁର ଥାନାରେ ଦେଲେ ଧାରଣା

Published By : Prameya-News7 Bureau | January 14, 2020 IST

ଭୁବନେଶ୍ୱର ୧୪।୦୧ - ଡେଟିଂ, ସେକ୍ସ ଓ ପରେ ଅପହରଣ ଘଟଣାରେ ଗିରଫ ଯୁବକଙ୍କ ମାଆ ଚନ୍ଦ୍ରଶେଖରପୁର ଥାନାରେ ଧାରଣା ଦେଇଛନ୍ତି । ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ଫସାଇ ଦିଆଯାଇଥିବା ସେ ଇଭିଯୋଗ କରିଛନ୍ତି । ପୁଅ ଅପହରଣ ନେଇ ଅଭିଯୋଗ କରିବାକୁ ଆସିଥିବା ବେଳେ ତାଙ୍କୁ ଓଲଟା ଗିରଫ କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାରେ ପକ୍ଷପାତିତା କରିଛି । କୌଣସି ତଥ୍ୟ ପ୍ରମାଣ ନ ଥାଇ ପୁଅକୁ ଗିରଫ କରାଯାଇଛି ସେପଟେ ଯୁବତୀ ଜଣକଙ୍କ ବିରୋଧରେ ତଥ୍ୟ ଥାଇ ମଧ୍ୟ ତାଙ୍କୁ ଜାମିନ ମିଳିଛି । ପୋଲିସ ଏ ଘଟଣାରେ ପକ୍ଷପତିତା କରୁଥିବା ନେଇ କିଛି ସାମଜିକ ସଂଗଠନ ମଧ୍ୟ ଅଭିଯୋଗ କରିଛନ୍ତି ।

{"id":211240,"sizeSlug":"large"}

ସୂଚନାଯୋଗ୍ୟ  ଡେଟିଂ ଆପ୍‌ ମାଧ୍ୟମରେ ବନ୍ଧୁତା ବ୍ଲାକ ମେଲିଂ ଓ ଦୁଷ୍କର୍ମ ଘଟଣା । ଏବେ ପୁଣି ନୂଆ ମୋଡ । ବ୍ୟାଙ୍କ ଡିଏମ୍‌ ସପନୀଲ ପ୍ରସାଦ ମିଶ୍ରମଙ୍କ ନାମରେ ମାମଲା ରୁଜୁ କରିଛି କମିଶନରେଟ୍‌ ପୁଲିସ । ଚନ୍ଦ୍ରଶେଖର ପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମହିଳା ଅଧ୍ୟାପିକା ତାଙ୍କ ସହଯୋଗୀଙ୍କ ସହ ବ୍ୟାଙ୍କ ଡିଏମ୍‌ଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି । ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ପଚରା ଉଚରା କରି ଛାଡି ଦେଇଛି । ବ୍ୟାଙ୍କ ଡିଏମ୍‌ଙ୍କ ନାମରେ ଦୁଷ୍କର୍ମ ଓ ଅସଦାଚରଣ ଧାରା ଲାଗିଛି । ଭାରତୀୟ ପିଙ୍ଗଳଧାରା ୩୭୬ ଓ ୩୨୮ ଧାରାରେ ମାମଲା ରୁଜୁ କରାଯାଇଛି ।

{"id":211242,"sizeSlug":"large"}

ପୁଲିସ୍‌ ୩ ଦିନ ଧରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଥିଲା । ୫ ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରୁଥିଲା । ଘଟଣା ତଦନ୍ତ ପରେ ଜଣାପଡି଼ଥିଲା ଯେ, ଏଭଳି ସମ୍ବେଦନଶୀଳ ଘଟଣାରେ ବ୍ୟାଙ୍କର ଡିଏମ୍‍ ଓ ଅଧ୍ୟାପିକା ଯୁବତୀ ଉଭୟଙ୍କ ଭୁଲ୍‍ ରହିଛି । ସୁନିଲଙ୍କୁ ମଧ୍ୟ ଅଧ୍ୟାପିକାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦର୍ଶାଇଛି । ରବିବାର ସୁନିଲ ଏବଂ ଚିନ୍ମୟୀଙ୍କ ଡାକ୍ତରୀମାଇନା କରାଯାଇଛି । ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇପାରେ ବୋଲି ପୁଲିସ କହିଛି ।

{"id":211243,"sizeSlug":"large"}

ସୂଚନାଥାଉକି କିଣ୍ଡର ଆପରେ ଡେଟିଂ ପରେ ଚିନ୍ମୟୀ ଓ ସୁନିଲ ସାଙ୍ଗ ବନିଥିଲେ । ଏକାଠି ରୁମ୍‌ରେ ସମୟ ବିତାଇଥିଲେ। ଶାରିରୀକ ସର୍ମ୍ପକ ସ୍ଥାପନ ସମୟରେ ଭିଡିଓ ଉତ୍ତୋଳନକୁ ନେଇ ଚିନ୍ମୟୀ ଡିଲିଟ୍‌ କରିବା ପାଇଁ ସୁନିଲକୁ କହିଥିଲେ । ହେଲେ ସେ ଡିଲିଟ୍‌ କରିନଥିଲେ । ଯାହାକୁ ନେଇ ଅପହରଣକାରୀଙ୍କ ସାହାଯ୍ୟରେ ସୁନିଲଙ୍କୁ ଅପହରଣ କରି ନେଇଥିଲେ ଚିନ୍ମୟୀ । ତାଙ୍କ କ୍ରେଡିଟ୍‌ କାର୍ଡରୁ ଟଙ୍କା ସରିବା ପରେ ଛାଡି ଦେଇଥିଲେ । ପରବର୍ତ୍ତୀ ସମୟରେ ସୁନିଲଙ୍କ ମାଙ୍କୁ ଫୋନ କରି ୫ ଲକ୍ଷ ଟଙ୍କା ମାଗିଥିଲେ ଚିନ୍ମୟୀ । ସୁନିଲ ଓ ତାଙ୍କ ମାଙ୍କ ଅଭିଯୋଗରେ ଚିନ୍ମୟୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୁଲିସ । ଅନ୍ୟପଟେ ନିଶା ଦେଇ ସୁନିଲ ବଳାତ୍କାରର ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ଆଣିଥିଲେ ଚିନ୍ମୟୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.