Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଶୀତ ଋତୁଲାଗି ବନ୍ଦ ହେବ ୪ ଧାମ ଯାତ୍ରା, ଜାଣନ୍ତୁ କେବେଠୁ ବନ୍ଦ ହେବ ବଦ୍ରିନାଥ ଧାମ କବାଟ

25/10/2020 at 4:58 PM

ଋଷିକେଶ ୨୫।୧୦:  ଶୀତଋତୁ ଆଗମନ ସହ ଧାର୍ମିକ ଚାରଧାମ ଯାତ୍ରା ବନ୍ଦ ଲାଗି ରବିବାର ବିଜୟାଦଶମୀରେ ତିଥି ନିର୍ଦ୍ଧାରିତ ହୋଇଛି। ସେହି ଅନୁସାରେ ଆଗାମୀ ନଭେମ୍ବର ୧୫ରୁ ୪ ଧାମ ଯାତ୍ରା ବନ୍ଦ ହେବାକୁ ଯାଉଥିବା ଜଣାପଡିଛି। ଶୀତ ଋତୁ ଲାଗି ଉତ୍ତରାଖଣ୍ଡର ତୀର୍ଥ କ୍ଷେତ୍ର ଭକ୍ତଙ୍କ ଲାଗି ବନ୍ଦ ରହେ। ଏଥିଲାଗି ତିଥି ନିର୍ଦ୍ଧାରଣ କରାଯାଇଥାଏ। ସେହି ଅନୁସାରେ ଗଙ୍ଗୋତ୍ରୀ ଧାମ ଭକ୍ତଙ୍କ ଲାଗି ନଭେମ୍ବର ୧୫ ତାରିଖ ସକାଳୁ ବନ୍ଦ ହେବ।

ଦେବସ୍ଥାନମ ବୋର୍ଡଙ୍କ ସୂଚନା ଅନୁସାରେ ୟମୁନେତ୍ରୀ ଧାମ କବାଟ ଭୟାଦୂଜ ଅବସରରେ ନଭେମ୍ବର ୧୬ ତାରିଖ  ଅପରାହ୍ନ ୩ଟା ୩୫ ମିନିଟ୍‌ରେ ଭକ୍ତଙ୍କ ଲାଗି ବନ୍ଦ ହେବ। କେଦାରନାଥ ଧାମ କବାଟ ମଧ୍ୟ ସେହିଦିନ ସକାଳ ସାଢେ ୮ଟାରୁ ବନ୍ଦ ହେବା ସହ ଚଳିତବର୍ଷ ଲାଗି ଶେଷ ପୂଜାନୀତି ସମ୍ପନ୍ନ ହେବ। ପୌରାଣିକ ମାନ୍ୟତା ଅନୁସାରେ ବିଜୟାଦଶମୀରେ ବଦ୍ରିବିଶାଳଜୀଙ୍କ ପୂଜାନୀତି ଶେଷ କରିବା ଲାଗି ପଞ୍ଚାଙ୍ଗ ଗଣନା କରାଯାଏ। ସେହି ଅନୁସାରେ ଚଳିତବର୍ଷ ନଭେମ୍ବର ୧୯ ତାରିଖ ସକାଳ ୭ଟା ବେଳେ ବଦ୍ରିନାଥ ଧାମରେ ଶେଷ ପୂଜାର୍ଚ୍ଚନା ସହ ମନ୍ଦିରର କବାଟ ବନ୍ଦ ହେବ ବୋଲି ଜଣାପଡିଛି।

ଦେବସ୍ଥାନମ ବୋର୍ଡର ମିଡିଆ ପ୍ରଭାରୀ ହରିସ ଗୌଡ଼ଙ୍କ ସୂଚନା ଅନୁସାରେ ପଞ୍ଚାଙ୍ଗରେ କେବଳ ମନ୍ଦିରର କବାଟ ବନ୍ଦ ଲାଗି ତିଥି ଗଣନା କରାଯାଇଛି। ଏଥିଲାଗି ଆୟୋଜିତ ପଣ୍ଡିତ ସଭାରେ ବଦ୍ରିନାଥ ଧାମର ମୁଖ୍ୟ ପୂଜାରୀ ଈଶ୍ୱର ପ୍ରସାଦ ନମ୍ବୁଦରୀ, ନାୟବ ରାବଲ ଅମରନାଥ ନମ୍ବୁଦରୀ, ମୁଖ୍ୟ କାର୍ଯ୍ୟାଧିକାରୀ ବି.ଡି. ସିଂହ, ଧର୍ମାଧିକାରୀ ଭୁବନ ଚନ୍ଦ୍ର ଉନିୟାଲ ପ୍ରମୁଖ ଯୋଗଦେଇ ୪ ଧାମ ଯାତ୍ରା ସ୍ଥଗନ ଲାଗି ଚୂଡାନ୍ତ ପଞ୍ଚାଙ୍ଗ ଗଣନା କରିଥିଲେ।

   Related Posts