ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଡାଟାବେସ୍ ପ୍ରସ୍ତୁତ: କୋ-ୱିନ୍ ଆପ୍‌ରେ କରିବାକୁ ହେବ ପଞ୍ଜିକରଣ, ୧୭ ବର୍ଷରୁ କମ୍ ପିଲାଙ୍କୁ ଦିଆଯିବନି ଟୀକା

Published By : Prameya-News7 Bureau | December 15, 2020 IST

ଭୁବନେଶ୍ୱର ୧୫/୧୨ : କୋଭିଡ ଟୀକାକରଣ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଥିବା ବେଳେ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟୀକା ଦେବାପାଇଁ ରାଜ୍ୟ ସରକାର ଡାଟାବେସ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ୨୯ ହଜାର୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି । ଟିକାନେବାକୁ ହେଲେ କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ ପରିଚୟ ପତ୍ର ଦେଇ କୋ-ଉଇନ ଆପରେ ପଞ୍ଜୀକରଣ କରିବାକୁ ପଡିବ । ୧୬ ବର୍ଷ ରୁ କମ ପିଲା ମାନଙ୍କୁ ଏହି ଟୀକା ଦିଆଯିବ ନାହିଁ ।

{"id":377884,"sizeSlug":"large","linkDestination":"none"}

କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟର ପ୍ରସ୍ତୁତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଟିକା ନେବେ  ୩ ଲକ୍ଷ ୨୦ ହଜାର। ପ୍ରଥମେ  ସ୍ବାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ ପରିଚୟ ପତ୍ର ଦେଇ କୋ- ଉଇନ ଆପରେ ପଞ୍ଜୀକରଣ କରିବାକୁ ପଡିବ ।  ସ୍ପଟ ରେଜିଷ୍ଟ୍ରେସନ ହେବ ନାହିଁ।  ରାଜ୍ୟରେ ୨୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଟିକାଦେବାକୁ ୮ହଜାର ୨୭୬ ଟିକାକର୍ମୀ ନିୟୋଜିତ ହେବେ। ଏଥିପାଇଁ ସମସ୍ତଙ୍କ ଡେଟା ଅପଲୋଡ଼ ସରିଛି। ଚିକା ବିତରଣ ପାଇଁ  ୧ ହଜାର୨୨୨ କୋଲ୍‌ଡ ଚେନ୍ ରହିଛି। ୧୭୯୬ ଆଇଏଲଆର , ୧୭୭୧ ଡିପ୍‌ ଫ୍ରିଜର ବ୍ୟବସ୍ଥା ହୋଇଛି। ଗୋଟିଏ ରାଜ୍ୟ ସ୍ତରୀୟ ଟୀକା ଷ୍ଟୋର ଥିବା ବେଳେ ୯ ଟି ଆଞ୍ଚଳିକ ଓ ୩୨ ଟି ଜିଲ୍ଲା ସ୍ତରୀୟ ଟିକାକରଣ ଷ୍ଟୋର ରହିଛି। ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଳକ ସ୍ତର ପର୍ଯ୍ୟନ୍ତ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ। ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ। ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ। ଟିକାକରଣ ସ୍ଥାନରେ ୩ ଟି ରୁମ ରହିବ । ଟିକାକରଣ ପରେ ସାର୍ଟିଫିକେଟ ଦିଆଯିବ।

{"id":377885,"sizeSlug":"large","linkDestination":"none"}

କରୋ ନା ଟୀକା ସମସ୍ତେ ପାଇବେ । ସେଥିପାଇଁ କୋ-ୱିନ ଆପ ରେ ପ୍ରଥମେ ନାମ ପଞ୍ଜିକରଣ କରିବାକୁ ହେବ । ୧୬ବର୍ଷ ରୁ କମ ବୟସର ପିଲା ମାନଙ୍କୁ ଏହି ଟୀକା ଦିଆଯିବ ନାହିଁ । ଗୋଟିଏ ଦିନରେ ଗୋଟିଏ ସେଣ୍ଟରରେ ଶହେ ରୁ ଦୁଇ ଶହ ଲୋକଙ୍କୁ ଟୀକା ଦିଆଯିବ । ଏହି ସମୟ ଭିତରେ ଯଦି ଟୀକା ର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ତେବେ ସେହି ବ୍ୟକ୍ତିର ଚିକିତ୍ସା କରାଯାଇପାରିବ ବୋଲି ସମ ହସ୍ପିଟାଲର ଇମ୍ୟୁନୋଲୋଜି ଆଣ୍ଡ ରିୟୁମାଟୋଲୋଜି ବିଭାଗର ଡାକ୍ତର କହିଛନ୍ତି ।

ଟିକା ଆସିବା ପରେ ରାଜ୍ୟର ଆବଶ୍ୟକତାକୁ ଦେଖି କେନ୍ଦ୍ର ସରକାର ଟିକା ଦେବେ । ସେଥିପାଇଁ ରାଜ୍ୟରୁ ଅଧିକରୁ ଅଧିକ ଲୋକ ଟିକାନେବାକୁ କୋ-ଉଇନ ଆପରେ ପଞ୍ଜିକରଣ କରିବାକୁ କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.