ଡାଟା ଲିକ୍‌ର ବଡ ବିବାଦ : ରେଳଯାତ୍ରୀ ଓ୍ୱେବସାଇଟ୍‌ରୁ ୭ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍, ଡେବିଟ୍ କାର୍ଡ ଏବଂ ୟୁପିଆଇ ତଥ୍ୟ ସାର୍ବଜନୀନ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ, ୨୫|୦୮: ଭାରତରେ ରେଳ ଟିକେଟ୍ ବୁକିଂ ଏବଂ ଅନ୍ୟ କୌଣସି ଟ୍ରେନ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଅନେକ ଓ୍ୱେବସାଇଟ୍ ବ୍ୟବହାର କରାଯାଏ । ଟିକେଟ୍ ବୁକିଂ ପାଇଁ ଅନେକ ଥାର୍ଡ ପାର୍ଟି ଓ୍ୱେବସାଇଟ୍ ରହିଛି । ଏହାମଧ୍ୟରୁ ଗୋଟିଏ ହେଉଛି ରେଳଯାତ୍ରୀ ଓ୍ୱେବସାଇଟ୍ । ରିପୋର୍ଟ ଅନୁସାରେ, ଏହି ଓ୍ୱେବସାଇଟରେ ପ୍ରାୟ ୭ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଯାଇଛି ।

ରିପୋର୍ଟ ଅନୁସାରେ, ଏହି ଓ୍ୱେବସାଇଟ ଭୁଲବଶତଃ ୭ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କରିଦେଇଛି । ଏଥିରେ ଡେବିଟ୍ କାର୍ଡ ଡିଟେଲ୍ସ, ୟୁପିଆଇ ଡାଟା ଓ ଅନେକ ବ୍ୟକ୍ତିଗତ ତଥ୍ୟ ରହିଛି । ଏପରିକି ଯାତ୍ରୀଙ୍କ ନାଁ, ଫୋନ୍ ନମ୍ବର, ଇମେଲଲ ଆଇଡି, ଡେବିଟ୍ କାର୍ଡ ନମ୍ବର୍ସ ଆଦି ରହିଛି । ନେକ୍ସଟ୍ ଓ୍ୱେବର ଏକ ରିପୋର୍ଟ ଅନୁସାରେ ରେଳଯାତ୍ରୀ ଓ୍ୱେବସାଇଟ୍ ୟୁଜର୍ସଙ୍କ ତଥ୍ୟ ଏପରି ଏକ ସର୍ଭରରେ ରଖିଥିଲା ଯାହା ସୁରକ୍ଷିତ ନଥିଲା ।

ଏହି ଡାଟା ଲିକ୍ ବାବଦରେ ସୂଚନା ପାଇଥିବା ସୁରକ୍ଷା ଏଜେନ୍ସି କହିଛି ଯେ, ୟୁଜରଙ୍କ ଡାଟା ଯେଉଁ ସର୍ଭରରେ ରଖାଯାଇଥିଲା ତାହା ଏନକ୍ରିପଟେଡ୍ ମଧ୍ୟ ନଥିଲା । ଏଥିରେ ପାସଓ୍ୱାର୍ଡ ମଧ୍ୟ ଦିଆଯାଇ ନଥିଲା । ଏପରିକି ଆଇପି ଆଡ୍ରେସ ଜରିଆରେ ଯେକୌଣସି ସାଧାରଣ ବ୍ୟକ୍ତି ଡାଟା ଆକସେସ୍ କରିପାରିବେ ।

ପ୍ରଥମେ ସେଫ୍ଟି ଡିଟେକ୍ସିଭ୍ ନାମକ ଏକ ସାଇବର୍ ସିକ୍ୟୋରିଟି ଫାର୍ମ ଡାଟା ଲିକ୍ ବାବଦରେ କହିଥିଲା । ଅଗଷ୍ଟ ୧୭ରେ ଏନେଇ ସିଇଆରଟିକୁ ସୂଚନା ଦିଆଯାଇଥିଲା 

ତେବେ ରେଳଯାତ୍ରୀ ତରଫରୁ ଡାଟା ଲିକ୍ ଖବରକୁ ଖଣ୍ଡନ କରାଯାଇଛି । କିନ୍ତୁ କମ୍ପାନୀ ଏହାର ଯାଞ୍ଚ କରୁଥିବା କୁହାଯାଇଛି । ୭ ଲକ୍ଷ ୟୁଜରଙ୍କ ଡାଟା ଲିକ୍ ଖବର ମିଛ ବୋଲି କମ୍ପାନୀ ସଫେଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.