ସେପଟେ ଟିକା ପାଇଁ ଗରିବ ଦେଶ ଡହଳବିକଳ, ଏପଟେ ଧନୀ ଦେଶ ପାଖରେ ମହଜୁଦ ରହିବ ୧୦୦ ବିଲିୟନରୁ ଅଧିକ ଡୋଜ୍ ଭ୍ୟାକ୍ସିନ

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ ୦୬।୦୯: ବିଶ୍ଵରେ କରୋନା ମହାମାରୀର ମୁକାବିଲା ପାଇଁ ଅଧିକରୁ ଅଧିକ ଟିକାକରଣ ଉପରେ ଜୋର ଦିଆଯାଉଛି। ହେଲେ ବିଶ୍ଵରେ ଟିକାକରଣରେ ଅସମାନତା ଦେଖିବାକୁ ମିଳିଛି।ଏହି କ୍ରମରେ ଏକ ନୂତନ ବିଶ୍ଳେଷଣ ଅନୁସାରେ, ଧନୀ ଦେଶ ପାଖରେ ଚଳିତ ବର୍ଷ ଶେଷ ସୁଦ୍ଧା କୋଭିଡ୍-୧୯ ଭ୍ୟାକ୍ସିନର ଏକ ବିଲିୟନରୁ ଟିକା ଉପଲବ୍ଧ  ରହିପାରେ। କିନ୍ତୁ ଏତେ ପରିମାଣର ଟିକା ସତ୍ତ୍ଵେ ବି ସେମାନେ ଗରିବ ଦେଶଗୁଡିକୁ ଦାନ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

ଡାଟା ଆନାଲିଟିକ୍ସ ଫର୍ମ ଏୟାରଫିନିଟିର ନୂତନ ଅଧ୍ୟୟନ ଅନୁଯାୟୀ, ପାଶ୍ଚାତ୍ୟ ଦେଶମାନଙ୍କରେ ଭ୍ୟାକ୍ସିନ ଷ୍ଟକ ଚଳିତ ମାସରେ ୫୦୦ ମିଲିୟନ ଡୋଜ୍ ପର୍ଯ୍ୟନ୍ତ ପହଞ୍ଚିପାରେ। ଏଥିରୁ ୩୬୦ ମିଲିୟନ ଡୋଜ ଗରିବ ଦେଶକୁ ଦାନ କରାଯିବ ନାହିଁ ଜଣା ନାହିଁ। ଏହି ପରି ବର୍ଷର ଶେଷ ସୁଦ୍ଧା ଏହି ସବୁ ଦେଶଗୁଡିକ ପାଖରେ ୧.୨ ବିଲିୟନ ଅର୍ଥାତ ୧୦୨ କୋଟି ଡୋଜ୍ ମହଜୁଦ ଥିବ। ଏତେ  ପରିମାଣର ଡୋଜ୍ ଥାଇ ବି ଅନ୍ୟ ଦେଶକୁ ଦିଆଯିବ କି ନାହିଁ କିଛି ନିର୍ଦ୍ଧାରିତ କରାଯାଇ ନାହିଁ।

ପୂରା ରିପୋର୍ଟ ଅନୁଯାୟୀ, ଆମେରିକା, ୟୁକେ, ୟୁରୋପୀୟ ସଂଘ, କାନାଡା ଓ ଜାପାନରେ ଅଧିକ ପରିମାଣର ଟିକା ମହଜୁଦ ରହିବ। ଏହି ରିପୋର୍ଟ ସେପ୍ଟେମ୍ବର ୭ରେ ପ୍ରକାଶ ପାଇଛି। ଅନେକ ପ୍ରମୁଖ ସ୍ଵାସ୍ଥ୍ୟ ସଂଗଠନ ଏବଂ ଅଧିକାରୀ ଭ୍ୟାକ୍ସିନର ଏମିତି ଅସମାନତାର ଘୋର ନିନ୍ଦା କରିଛନ୍ତି। କୋଭ୍ୟାକ୍ସକୁ ମିଳିତ ଜାତିସଂଘର ବୈଶ୍ଵିକ ଟିକାକରଣ ଅଭିଯାନର ଅଂଶ କରାଯାଇଥିଲା। ଚଳିତ ବର୍ଷ ଆରମ୍ଭରେ ୧୯୦ ଦେଶରେ ଲୋକଙ୍କ ମଧ୍ୟରେ ଦୁଇ ବିଲିୟନ ଟିକା ବିତରଣର ଲକ୍ଷ୍ୟ ମଧ୍ୟ ରଖାଯାଇଥିଲା। ଏଥିରେ ନିମ୍ନଆୟ ବର୍ଗର ୯୨ ଦେଶକୁ ମଧ୍ୟ ସାମିଲ କରାଯାଇଥିଲା। ଏହା ମଧ୍ୟ ସୁନିଶ୍ଚିତ କରାଯାଇଥିଲା ଯେ, ଏହି ଦେଶଗୁଡିକରେ ଅତି କମରେ ୨୦ ପ୍ରତିଶତ ଜନତାଙ୍କ ଟିକାକରଣ ହେବ।

ହେଲେ ଭ୍ୟାକ୍ସିନ ନିର୍ମାତାଙ୍କ ସହ ଧନୀ ଦେଶଗୁଡିକ କୋଭ୍ୟାକ୍ସ ଉତ୍ପାଦନ ସୀମିତ କରି ଦେଇଛନ୍ତି ଏବଂ ଟିକାର ଜମାଖୋରିକୁ ପ୍ରୋତ୍ସାହନ ଦେଇଛନ୍ତି। ରବିବାର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟସସ ଜି-୨୦ ସମୂହର ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵରେ ଭ୍ୟାକ୍ସିନର ଅସମାନତା ଦେଖିବାକୁ ମିଳିଛି।

ସମଗ୍ର ଦୁନିଆରେ ମାତ୍ର ୫ ବିଲିୟନରୁ ଅଧିକ ଟିକାକରଣ  ହୋଇଥିଲା। ହେଲେ ସେଥିରୁ ପ୍ରାୟ ୭୫ ପ୍ରତିଶତ ଟିକା କେବଳ ୧୦ ଦେଶରେ ବିତରଣ କରାଯାଇଥିବା ବୋଲି ନିର୍ଦ୍ଦେଶକ କହିଛନ୍ତି। ଆଫ୍ରିକାରେ ଟିକାକରଣ ମାତ୍ର ୨ ପ୍ରତିଶତ ରହିଥିଲା। ରବିବାର ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଗର୍ଡନ ବ୍ରାଉନ ଧନୀ ଦେଶଗୁଡିକୁ ଟିକାର ଅସମାନତା ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି, ଗୋଟିଏ ପଟେ ବିତ୍ତଶାଳୀ ଦେଶ ଟିକା ଜମାଖୋରି କରୁଥିବା ବେଳେ ଅନ୍ୟପଟେ ଗରିବ ଦେଶ ଭ୍ୟାକ୍ସିନ ପାଇଁ ସଂଘର୍ଷ କରୁଛନ୍ତି।

ମିଳିତ ଜାତି ସଂଘର ସ୍ଵତନ୍ତ୍ର ରାଜଦୂତ ବ୍ରାଉନ ଆଫ୍ରିକାକୁ ତୁରନ୍ତ ଟିକା ଯୋଗାଇ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅନ୍ୟ ସମୂହର ମୁଖ୍ୟଙ୍କୁ ଯୋଗାଇ ଦେବାକୁ ଆହ୍ଵାନ କରିଛନ୍ତି। ଯେତେ ସମ୍ଭବ ଆମକୁ ଅଧିକରୁ ଅଧିକ ଲୋକଙ୍କ ଟିକାକରଣ ଉପରେ ଜୋର ଦେବାକୁ ପଡିବ। ଟିକା ଯୋଗାଇ ଦେବାରେ ମଧ୍ୟ ଜି-୭ ଦେଶ ସମୂହ ବିଳମ୍ବ କରିଥିବା ବ୍ରାଉନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.