ଜାଲିଆତି ଅଭିଯୋଗରେ ଲ୍ୟାମ୍ପସ ଡାଟା ଏଣ୍ଟ୍ରି ଅପରେଟର ଗିରଫ, ଜାମିନ ଆବେଦନ ଖାରଜ ପରେ ଗଲା ବିଚାର ବିଭାଗୀୟ ହାଜତକୁ

Published By : Prameya-News7 Bureau | March 06, 2021 IST

ନବରଙ୍ଗପୁର ୬।୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଲ୍ୟାମ୍ପସର ଫେରାର ଥିବା ଡାଟା ଏଣ୍ଟ୍ରି ଅପରେଟର ସ୍ନେହେଶ୍ବର ମନହୀରାଙ୍କୁ ଗିରଫ କରିଛି ଚନ୍ଦାହାଣ୍ଡି ପୋଲିସ । ଦୀର୍ଘ ଏକ ମାସ ବ୍ୟବଧାନ ପରେ ଚନ୍ଦାହାଣ୍ଡି ପୋଲିସ ହାତରେ ଧରା ପଡିଛନ୍ତି ସ୍ନେହେଶ୍ବର।

ସୂଚନାଯୋଗ୍ୟ ଯେ, ଚନ୍ଦାହାଣ୍ଡି ଲ୍ୟାମ୍ପସରେ ପ୍ରକୃତ ଚାଷୀଙ୍କ ଜମିକୁ ଜାଲିଆତି କରି ନକଲି ଚାଷୀଙ୍କ ନାଁରେ ପଞ୍ଜିକରଣ କରି ମଣ୍ଡି କାର୍ଡ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଚନ୍ଦାହାଣ୍ଡି ଲ୍ୟାମ୍ପସ ଏମ.ଡି ଗତ ୬ ତାରିଖ ଦିନ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏହି ଘଟଣା ନ୍ୟୁଜ୍ ସେଭେନରେ ପ୍ରସାରଣ ହେବା ପରେ ବିଭାଗୀୟ ତଦନ୍ତ ହୋଇଥିଲା । ତଦନ୍ତ ବେଳେ ଦୋଷୀ ପାଇବା ପରେ ସ୍ନେହଶ୍ବରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ଏତଲା ଦିଆଯାଇଥିବା ଜାଣିବା ପରେ ସ୍ନେହେଶ୍ବର ସେଦିନରୁ ଫେରାର ଥିଲେ। ସନ୍ଧିମୁଣ୍ଡା ଗାଁ ସ୍ଥିତ ଘରେ ସ୍ନେହେଶ୍ବର ଆତ୍ମଗୋପନ କରିଥିବା ଖବର ପାଇବା ପରେ ଚନ୍ଦାହାଣ୍ଡି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସ୍ନେହେଶ୍ବର ଜାମିନ ଆବେଦନ କରିଥିଲେ । ଏହାକୁ କୋର୍ଟ ଅଗ୍ରାହ୍ୟ କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.