ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

Published By : Prameya-News7 Bureau | January 09, 2020 IST

ଭଦ୍ରକ ୦୯।୦୧: ଭିଜିଲାନ୍ସ ଜାଲରେ  ଡାଟା ଏଣ୍ଟ୍ରି ଅପରେଟର । ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଡ୍ରାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଲାଞ୍ଚ ନେଉଥିବାବେଳେ ଧରାପଡିଲେ । ବିଲ୍‌ ପାସ୍‌ କରାଇଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧିରିଲା ଭିଜିଲାନ୍ସ ।

{"id":209039,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ର ସାଳନ୍ଦୀ ନଦୀ ବନ୍ଧ ନିକଟ ରୁ ତୁମ୍ବାପଦି ପର୍ଯ୍ୟନ୍ତ ସିସି ରୋଡ଼ କାମ ହୋଇଛି । ଉକ୍ତ କାମର ବିଲ ପାସ୍‌ କରାଇଦେବା ପାଇଁ ପ୍ରିୟବ୍ରତ ପଣ୍ଡା 30000 ଟଙ୍କା ଦାବି କରିଥିଲେ । ତେବେ ଗୁରୁବାର ଦିନ ଠିକାଦାରଙ୍କ ଠାରୁ 30000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.