Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିଲ୍‌ ପାସ୍‌ କରାଇଦେବ କହି ଟଙ୍କା ନେବା ବେଳେ ଲାଞ୍ଚୁଆ କମ୍ପ୍ୟୁଟର୍ ଅପରେଟର୍‌ ଗିରଫ…

9/01/2020 at 6:13 PM

ଭଦ୍ରକ୯/୧: ଲାଞ୍ଚ ନେଇ ଧରା ପଡ଼ିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର୍‌ ପ୍ରିୟବ୍ରତ ପଣ୍ଡା। ଭଦ୍ରକ ଗ୍ରାମ୍ୟ ନିର୍ମାଣ ଡିଭିଜନର ଲାଞ୍ଚୁଆ କମ୍ପ୍ୟୁଟର ଅପରେଟର୍‌ ଗିରଫ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ଡିଭିଜନର ଜଣେ ଲାଞ୍ଚୁଆ କମ୍ପ୍ୟୁଟର ଅପରେଟର ପ୍ରିୟବ୍ରତ ପଣ୍ଡା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି । ଭଦ୍ରକ ଜିଲ୍ଲାର ସାଳନ୍ଦୀ ନଦୀ ବନ୍ଧ ନିକଟରୁ ତୁମ୍ବାପଦି ପର୍ଯ୍ୟନ୍ତ ଚାଲିଥିବା ସିସି ରୋଡ଼ କାମ ହୋଇଛି ।

ତେଣୁ ବିଲ୍‌ ପାସ୍‌ କରାଇଦେବ କହି ପ୍ରିୟବ୍ରତ ଜଣେ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା  ନ ଦେଲେ ବିଲ୍ ପାସ୍ ହୋଇ ପାରିବ ନାହିଁ ବୋଲି ପ୍ରିୟବ୍ରତ କହିଥିଲା। ଏହାପରେ ଉକ୍ତ ବ୍ୟକ୍ତି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ଯୋଜନା ମୁତାବକ ସେହି ବ୍ୟକ୍ତି ୩୦ ହଜାର ଟଙ୍କା ନେଇ  ପ୍ରିୟବ୍ରତକୁ ଦେବା ବେଳେ ଭିଜିଲାନ୍ସ ତାକୁ ମାଡ଼ି ବସିଥିଲେ। ଏହା ସହ ପ୍ରିୟବ୍ରତଙ୍କ ଅଫିସ୍ ଓ ଭଦ୍ରକ ମହୁଦା ବାସଭବନରେ ଚଢ଼ାଉ ଜାରି ରହିଛି ।

   Related Posts