Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଭାରତରେ ଇଣ୍ଟରନେଟ୍‌ ଡାଟା ସବୁଠୁ ଶସ୍ତା: ମୋବାଇଲ୍‌ରେ ଚୀନ-ଆମେରିକାଠୁ ଅଧିକ ସମୟ ନଷ୍ଟ କରୁଛନ୍ତି ଭାରତୀୟ: ରିପୋର୍ଟ

14/11/2021 at 9:09 PM

ନୂଆଦିଲ୍ଲୀ ୧୪/୧୧: ଦୁନିଆର ସବୁଠୁ ଶସ୍ତା ଇଣ୍ଟରନେଟ୍‌ ଡାଟା ଭାରତରେ ମିଳୁଛି। ୨୦୨୧ରେ ଭାରତରେ ୧ ଜିବି ଡାଟା ପାଇଁ ଟେଲିକମ୍ କମ୍ପାନୀ କେବଳ ୧୦.୯୩ ଟଙ୍କା ଚାର୍ଜ କରୁଛନ୍ତି । ଯାହାକି ବିଶ୍ବର ଯେକୌଣସି ଦେଶଠୁ ବହୁତ କମ୍‌। କିନ୍ତୁ ୨୦୧୪ ପୂର୍ବରୁ ଭାରତରେ ଏକ ଜିବି ଡାଟା ପାଇଁ ୨୬୯ ଟଙ୍କା ଦେବାକୁ ପଡ଼ୁଥିଲା । ଗତ ୬ ବର୍ଷ ମଧ୍ୟରେ ଦେଶରେ ଇଣ୍ଟରନେଟ୍‌ ଡାଟା ଦାମ ପାଖାପାଖି ୯୬ ପ୍ରତିଶତ ହ୍ରାସ ହୋଇଛି। ବର୍ତ୍ତମାନ ସମୟ​‌ରେ ଏକ ଜିବି ଡାଟାର ମୂଲ୍ୟ ଏକ କେଜି ଅଟାଠୁ ବି ଶସ୍ତା। ସେଥିପାଇଁ ଭାରତୀୟମାନେ ଇଣ୍ଟରନେଟ ଏବଂ ମୋବାଇଲ୍‌ ବହୁତ ଅଧିକ ବ୍ୟବହାର କରୁଛନ୍ତି ।

ମୋବାଇଲ୍‌ ଡାଟା ଆନାଲିଟିକ୍ସ ପ୍ଲାଟଫର୍ମ App Annieର ମୋବାଇଲ୍‌ ମାର୍କେଟ ସ୍ପଟଲାଇଟ୍‌ ରିପୋର୍ଟ ୨୦୨୧ ଅନୁସାରେ, ଶସ୍ତା ମୋବାଇଲ୍‌ ଇଣ୍ଟରନେଟ୍‌ ଡାଟା ଏବଂ କଲିଂ ପାଇଁ ଅଧିକରୁ ଅଧିକ ଭାରତୀୟ ଇଣ୍ଟରନେଟ୍‌ ସହ ଯୋଡ଼ି ହେଉଛନ୍ତି। ମୋବାଇଲ ସହ ଦେଶବାସୀ ବହୁ ସମୟ ବିତାଉଛନ୍ତି। ମୋବାଇଲ ବ୍ୟବହାର ମାମଲାରେ ଭାରତ ଚୀନ ଏବଂ ଆମେରିକା ଭଳି ଦେଶକୁ ପଛରେ ପକାଇଦେଇଛି। ରିପୋର୍ଟ ଅନୁସାରେ, ୨୦୨୧ର ତୃତୀୟ ତ୍ରୈମାସିକରେ  ଭାରତର ପ୍ରତି ବ୍ୟକ୍ତି ଗୋଟିଏ ଦିନରେ ହାରାହାରି ୪.୬ ଘଣ୍ଟା ନିଜ ସ୍ମାର୍ଟଫୋନ୍‌ରେ ସାରୁଛନ୍ତି। ୨୦୧୯ରେ ଭାରତୀ ଦିନରେ ୩.୩ ଘଣ୍ଟା ମୋବାଇଲ୍‌ରେ ବିତାଉଥିଲେ । ଏଥିରୁ ଜଣାପଡ଼ିଛି ଯେ ଏଥି​‌ରେ ୪୪ ପ୍ରତିଶତ ବୃଦ୍ଧି ହୋଇଛି।

ଭାରତୀୟମାନେ ସବୁଠୁ ଅଧିକ ୟୁଟ୍ୟୁବ, ହ୍ବାଟସଆପ୍‌, ମେସେଞ୍ଜର ଏବଂ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି। ୨୦୨୦ରେ ଦେଶବାସୀ ୬୫,୧୦୦ କୋଟି ଘଣ୍ଟା ମୋବାଇଲ ଆପ୍ସ ଏବଂ ଗେମିଂରେ ବରବାଦ କରିଛନ୍ତି। ଏରିକ୍ସନ ମୋବିଲିଟି ରିପୋର୍ଟ ଅନୁସାରେ, ୨୦୧୯ରେ ପ୍ରତି ଭାରତୀୟ ଗୋଟିଏ ମାସରେ  ହାରାହାରି ୧୩ ଜିବି ଡାଟା ଖର୍ଚ୍ଚ କରୁଥିବା ବେଳେ ୨୦୨୦ରେ ଏହା ବଢ଼ି ୧୪.୬ ଜିବି ହୋଇଥିଲା । ତେବେ ଏହି ସବୁ ଡାଟା ଆହୁରି ବୃଦ୍ଧି ହେବାକୁ ଯାଉଛି। ଭାରତରେ ଏବେ ବି ଫିଚର ଫୋନ୍‌ ଏବଂ ୨ ଜି ନେଟଓ୍ବର୍କର ବ୍ୟବହାର ହେଉଛି। ଶସ୍ତା ସ୍ମାର୍ଟଫୋନ୍‌ ବଜାରକୁ ଆସୁଥିବା ବେଳେ ଲୋକେ ଖୁବଶୀଘ୍ର ଏହାର ବ୍ୟବହାର କରିବା ଆରମ୍ଭ କରିଦେବେ।

ଯାହା ଫଳରେ ଏମିତି ଏକ ସମୟ ଆସିବ ଭାରତରେ ୨ଜି ଇଣ୍ଟରନେଟ ବ୍ୟବହାର ହେବ ନାହିଁ। ଏହି ଲକ୍ଷ୍ୟ ନେଇ ରିଲାଏନ୍ସ କମ୍ପାନୀ ଜିଓ ଫୋନ୍‌ ନେକ୍ସଟ୍‌ ମଧ୍ୟ ଲଞ୍ଚ କରିଛି। ସେପଟେ ଭାରତରେ ୫ଜି ସେବା ମଧ୍ୟ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।  ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି, ୨୦୨୧ର ପ୍ରଥମ ତ୍ରୈମାସିକରେ ଗେମିଂ ଆପ୍‌ ଡାଉନଲୋଡ୍‌ ମାମଲାରେ ଭାରତ ସବୁଠୁ ଆଗରେ ରହିଛି। ଏହି ସମୟରେ ଭାରତରେ ୪୮୦ କୋଟି ଗେମିଂ ଆପ୍‌ ଡାଉନଲୋଡ୍‌ କରାଯାଇଛି।

ଭାରତ- ୪.୮ ବିଲିୟନ୍‌

ଆମେରିକା- ୨.୩ ବିଲିୟନ୍‌

ବ୍ରାଜିଲ୍‌- ୨.୧ ବିଲିୟନ୍‌

ଇଣ୍ଡୋନେସିଆ- ୧.୭ ବିଲିୟନ୍‌

ରୁଷ- ୧.୩ ବିଲିୟନ୍‌

ଏହି ସବୁ ଗେମିଂ ଆପ୍‌ ଭାରତରେ ଅଧିକ ଡାଉନଲୋଡ୍‌ କରାଯାଇଛି…

Ludo King

FAU-G-Fearless and United Guards

Carrom Pool

Join Clash 3D

Bubble Shooter by llyon

   Related Posts