ଭାରତକୁ ମିଳିଲା ପ୍ରଥମ ରାଫେଲ ଲଢୁଆ ଯୁଦ୍ଧବିମାନ

Published By : Prameya-News7 Bureau | September 20, 2019 IST

ନୂଆଦିଲ୍ଲୀ: ଭାରତକୁ ଫ୍ରାନ୍ସ ପ୍ରଥମ ରାଫେଲ ଯୁଦ୍ଧବିମାନ ପ୍ରଦାନ କରିଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ବାୟୁସେନା (ଆଇଏଏଫ) ଫ୍ରାନ୍ସରେ ଗୁରୁବାର ଏହି ବିମାନକୁ ଗ୍ରହଣ କରିଛି। ରାଫେଲ ଯୁଦ୍ଧବିମାନର ନିର୍ମାତା ଡାସଲ୍ଟ ଏଭିଏସନ ଏହି ହସ୍ତାନ୍ତର କରିଥିବା ବେଳେ ବାୟୁସେନାର ଡେପୁଟି ଏୟାରଫୋର୍ସ ଚିଫ ମାର୍ଶଲ ବି.ଆର.ଚୌଧୁରୀ ଏହାକୁ ଆକାଶରେ ଦୀର୍ଘ ୧ ଘଣ୍ଟା କାଳ ଉଡାଇ ସମସ୍ତ ବୈଷୟିକ ଜ୍ଞାନକୌଶଳର ପରୀକ୍ଷା ନିରିକ୍ଷା କରିଛନ୍ତି। 

{"id":160398}

ମିଟିଓର କ୍ଷପଣାସ୍ତ୍ରରେ ସଜ୍ଜିତ ଏହି ବିମାନ ଲକ୍ଷଭେଦ କ୍ଷମତା ଏସିୟ ରାଷ୍ଟ୍ରର ଅନ୍ୟ ବାୟୁସେନା ବିମାନଠାରୁ ବେଶ ଅଧିକ। ଏହାଛଡା ଏଥିରେ ବ୍ୟବହୃତ ହେଉଥିବା ସ୍କାଲପ କ୍ଷପଣାସ୍ତ୍ର ରେଞ୍ଜରେ ପ୍ରାୟ ପଡୋଶୀଦେଶଙ୍କ ଗୁରୁତ୍ୱପୂର୍ଣ୍ଣ ଠିକଣା ସବୁ ରହୁଛି। ପୂର୍ବରୁ ଭାରତୀୟ ବାୟୁସେନାରେ ଋଷିଆ ନିର୍ମିତ ଯୁଦ୍ଧବିମାନ ସବୁ ବ୍ୟବହାର ହେଉଥିଲା। ତେବେ ସେଗୁଡିକର ଏବେ ଆଉ ଆଧୁନିକିକରଣ ହୋଇ ପାରୁନାହିଁ। ଏଣୁ ଭାରତୀୟ ବାୟୁସେନା ଅତ୍ୟାଧୁନିକ ବିମାନ ଅପେକ୍ଷାରେ ଥିଲା।  ଏଥିରେ ଫ୍ରାନସର ରାଫେଲ ଭାରତୀୟ ବାସୁସେନାର ଆବଶ୍ୟକତା ପୂରଣ କରିପାରିବ ବୋଲି ଆଶା କରାଯାଉଛି।

{"id":160399}

ତେବେ ରାଫେଲ ବିମାନର ପରୀକ୍ଷଣ ଓ ପ୍ରଶିକ୍ଷଣ ନିମନ୍ତେ ଆଇଏଏଫର ପାଇଲଟମାନେ ଏହାକୁ ଫ୍ରାନସରେ ଅନୁନ୍ୟ ୧ହଜାର ୫ଶହ ଘଣ୍ଟା ଉଡାଇବେ। ଏଥିରେ ସ୍କାଲପ କ୍ଷପଣାସ୍ତ୍ର ମଧ୍ୟ ସଂଯୁକ୍ତ ରହିବ। ଏହି କ୍ଷପଣାସ୍ତ୍ର ବିମାନରୁ ୩୦୦ କିଲୋମିଟର ଦୂରରେ ଭୂଭାଗକୁ ଲକ୍ଷଭେଦ କରିପାରିବ। ବିମାନର ପ୍ରଶିକ୍ଷଣ ଓ ପରୀକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏହାକୁ ବାୟୁସେନାର ଆମ୍ବାଲା ବିମାନଘାଟିକୁ ଅଣାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.