ଯାଜପୁର ବିଜୁ ଜନତା ଦଳର ଦୁଇଟି ବ୍ଲକର ସଭାପତି ନିଲମ୍ବିତ

Published By : Prameya-News7 Bureau | May 27, 2019 IST

ଯାଜପୁର ୨୭/୫ : ଜିଲ୍ଲାରେ ଚଳିତ ନିର୍ବାଚନ ସରିଥିବା ବେଳେ ଯାଜପୁର ଜିଲ୍ଲାରେ ବିଜୁ ଜନତା ଦଳରେ ଦେଖା ଦେଇଛି ଦଳ ବିରୋଧୀ କନ୍ଦଳ । ଯାହାକୁ ନେଇ ଆଜି ଯାଜପୁର ଦୁଇଟି ବ୍ଲକର ସଭାପତିଙ୍କୁ ନିଲମ୍ବିତ କରାଯାଇଛି ।ବିଜେଡିରେ ବୋହୁ କର୍ମୀ ଦଳରେ ଥାଇ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଆଜି ଜ଼ିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ୨ ଜଣଙ୍କୁ ବହିଷ୍କାର କରିଥିବାବେଳେ ନୂତନ ଭାବେ ଆଉ ଦୁଇ ଜଣଙ୍କୁ ପଦବୀ ଦିଆଯାଇଛି ।

ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିବା ୨ ଜଣ ସଭାପତି ହେଲେ ଦଶରଥପୁର ବ୍ଲକର ସଭାପତି ସୁବାସ ଚନ୍ଦ୍ର ମହାନ୍ତି ଏବଂ ଯାଜପୁର ବ୍ଲକ ସଭାପତି ପ୍ରଭାତ ଘଡାଇ । ଏହା ପରିବର୍ତେ ଦୁଇଟି ବ୍ଲକରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ହେଲେ ଅଜୟ କୁମାର ମହାନ୍ତି ଓ ପରେସ କୁମାର ବିଶ୍ବାଳ । ସେହିପରି ଯାଜପୁର ଜିଲ୍ଲା ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ସାମଲ ସାଙ୍ଗଠନିକ ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.