Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କଟକ ବାଲୁ ବଜାରରେ ହେବ ସାର୍ବଜନୀନ ଦଶହରା ପୂଜା: ଶତ ପ୍ରତିଶତ ପାଳନ କରିବେ କୋଭିଡ୍‌ ଗାଇଡ୍ ‌ଲାଇନ୍

31/08/2020 at 3:01 PM

କଟକ୩୧/୭: କଟକ ବାଲୁବଜାର ପୂଜାମଣ୍ଡପରେ ହୋଇପାରିବ ସାର୍ବଜନୀନ ଦଶହରା ପୂଜା।  ସେଥିଲାଗି କେତେକ ସର୍ତ୍ତ ପାଳନ କରିବା ଲାଗି ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ମଣ୍ଡପରେ ଭିଡ ଜମିବ ନାହିଁ। କୋଭିଡ୍‌ ନିୟମକୁ ଶତ ପ୍ରତିଶତ ପାଳନ କରି ଦଶହରା ପୂଜା ହେବ। ତେବେ କେବଳ ପୂଜା ନୁହେଁ ବରଂ ପରମ୍ପରା ମୂତାବକ ପୂଜା ମଣ୍ଡପରେ ପୂର୍ବରୁ ଯେଭଳି ପ୍ରତିମୂର୍ତ୍ତି ନିର୍ମାଣ ହେଉଥିଲା, ଠିକ୍ ସେହିଭଳି ପ୍ରତିମୂର୍ତ୍ତି ନିର୍ମାଣ ହୋଇ ପାରିବ। ସବୁ ସତ୍ତ୍ବେ ସରକାରଙ୍କ କୋଭିଡ୍‌ ନିୟମ ପାଳନ କରି ପୂଜା ଅନୁଷ୍ଠିତ ହେବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଟକ ବାଲୁବଜାରରେ ଦଶହରା ପୂଜା ପାଳନ ହେବ ବୋଲି ଆବେଦନକାରୀ ତଥା ବାଲୁବଜାର ପୂଜା କମିଟିର ସଭାପତି ଆଡ୍‌ଭୋକେଟ ସୁର୍ଯ୍ୟକାନ୍ତ ସାଙ୍ଗନାରିୟା କହିଛନ୍ତି।  

   Related Posts