Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଜି ପବିତ୍ର ଦଶହରା : ମା’ଙ୍କ ଦର୍ଶନ ନପାଇ ଭକ୍ତ ନିରାଶ, ବାହାରେ ଦୀପ ଜାଳି ଫେରୁଛନ୍ତି ଶ୍ରଦ୍ଧାଳୁ

26/10/2020 at 7:45 AM

ଭୁବନେଶ୍ୱର ୨୬।୧୦: ଆଜି ପବିତ୍ର ଦଶହରା । ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟ ଅର୍ଜନର ଦିବସ ବିଜୟାଦଶମୀ । ଘଣ୍ଟଘଣ୍ଟା, ଶଙ୍ଖ ଓ ମନ୍ତ୍ରପାଠ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।  କରୋନା କଟକଣା ଭିତରେ ଚାଲିଛି ଜଗତଜନନୀ ମାଆ ଦୁର୍ଗାଙ୍କ ଆରାଧନା । ବିଜୟା ଦଶମୀରେ ଅପରାଜିତା ବେଶରେ ମାଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି । ପାରମ୍ପରିକ ରୀତିନୀତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ମାଙ୍କ ଟିକେ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ । ଆବଦ୍ଧ ମଣ୍ଡପରେ ଦଶଭୂଜାଙ୍କ ପୂଜା ଚାଲିଛି ।

ତେବେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବା କାରଣରୁ ଶ୍ରଦ୍ଧାଳୁ ମାନେ ମାଆଙ୍କୁ ବାହାରୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ପ୍ରତି ବର୍ଷ ପରି ଏବର୍ଷ ସେତେଟା ଜାକଜମକ ବି ନାହିଁ । ବ୍ୟାକୁଳ ନେତ୍ରରେ ମା’ଙ୍କ ପରଶ ପାଇବାକୁ ଚାହିଁ ବସିଥିବା ଭକ୍ତମାନେ ମାଙ୍କ ଦର୍ଶନ ନପାଇ ନିରାଶ । କରୋନା କଟକଣା ପାଇଁ ଏବର୍ଷ ସବୁ ଖାଁ ଖାଁ । କରୋନା ଦୁର୍ଗାପୂଜା ମାହୋଲକୁ ଫିକା କରିଛି । ରାଜ୍ୟର କିଛି ପୂଜା କମିଟି ମାଆଙ୍କ ଦର୍ଶନ ପାଇଁ ଅନଲାଇନ ବ୍ୟବସ୍ଥା କରିଛନ୍ତି । ୨୭ ତାରିଖରେ ନିରାଡମ୍ବର ଭସାଣ ଅନୁଷ୍ଠିତ ହେବ ।

ସେହିପରି ଆଜି ଶ୍ରୀମନ୍ଦିରରେ ଦଶହରା ପାଳନ ହେବା ସହ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ । ଦଶହରାରେ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ରାବଣଙ୍କ ନିଧନ ହୋଇଥିବାରୁ ଏହି ଦିନ ରାବଣ ପୋଡ଼ି ଉତ୍ସବ ମଧ୍ୟ ପାଳନ ହୋଇଥାଏ । ପ୍ରତିବର୍ଷ ଟ୍ବିନସିଟିରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ିର ଆୟୋଜନ କରାଯାଇଥାଏ । ହେଲେ ଏଥର ସବୁ ଫିକା ଫିକା ।

   Related Posts